oom

ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ବରିଷ୍ଠ ନାଗରିକଙ୍କ ପରାମର୍ଶ ଅପରିହାର୍ଯ୍ୟ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସମାଜର ସର୍ବାଙ୍ଗୀନ ବିକାଶ ଓ ସମାଜରେ ଦେଖା ଦେଇଥିବା ସାମାଜିକ ବିଶୃଙ୍ଖଳାର ବିଲୋପ ପାଇଁ ବରିଷ୍ଠ ନାଗରିକମାନଙ୍କ ପରାମର୍ଶ ଅପରିହାର୍ଯ୍ୟ ବୋଲି ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ପ୍ରକାଶ କରିଛନ୍ତି । ସ୍ଥାନୀୟ ଗୋଷାଇଁ ନୂଆଗାଁ ସ୍ଥିତ ବରିଷ୍ଠ ନାଗରିକ ବିଚାର ମଞ୍ଚ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ରଥ ସମାଜରେ ଦେଖା ଦେଇଥିବା ସ୍ଥିତି ସମ୍ପର୍କରେ ଅବଗତ କରିବା ସହ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସାମାଜିକ ସମସ୍ୟାକୁ ଦୂର କରିବା ପାଇଁ ସରକାରଙ୍କ ସହାୟତା ଏକାନ୍ତ କାମ୍ୟ ବୋଲି କହିଥିଲେ ।

ମଞ୍ଚର ସଭାପତି ଇଂ.ପ୍ରଫୁଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଡ଼ଭୋକେଟ ପ୍ରତାପ ଚନ୍ଦ୍ର ଦାଶ ଗତ ମାସର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ସଭାପତି ଶ୍ରୀ ପାତ୍ର ସଂଘର ୧୨ତମ ବାର୍ଷିକ ଉତ୍ସବ ଆସନ୍ତା ଏପ୍ରିଲ ୧୧, ୨୦୨୧ (ରବିବାର) ସ୍ଥାନୀୟ ଉତ୍ତରେଶ୍ୱର ଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ । ସଦସ୍ୟମାନଙ୍କ ଜନ୍ମଦିନ ଉତ୍ସବରେ ମହାମୃତ୍ୟୁଞ୍ଜୟ ଉଚ୍ଚାରଣ ସହିତ ପୁଷ୍ପବୃଷ୍ଟି କରାଯାଇ ସେମାନଙ୍କ ଦୀର୍ଘଜୀବନ କାମନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ପଣ୍ଡା, ହରିବନ୍ଧୁ ମହାପାତ୍ର, ନରହରି ପାଣିଗ୍ରାହୀ, ସନ୍ତୋଷ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଗଙ୍ଗାଧର ପାଢ଼ୀ, ଜୟକୃଷ୍ଣ ମିଶ୍ର, ଉଦୟ ଚୌଧୁରୀ, କିଶୋର ଚୌଧୁରୀ, ଅର୍ଜୁନ କର, ଲୋକନାଥ ସାହୁ, ସୁରେନ୍ଦ୍ର ମହାପାତ୍ର, ହରିହର ଚୌଧୁରୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଇଂ. ଶ୍ରୀବତ୍ସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ଶେଷରେ ଜାତୀୟ ସଂଗୀତ ଗାନ ପରେ ସଭା ଶେଷ ହୋଇଥିଲା ।

jittmm
Leave A Reply

Your email address will not be published.