pr

ଡାକ ବିଭାଗ ପକ୍ଷରୁ ଗୋଏଲଭାଡ଼ି ଡାକଘରକୁ ପଞ୍ଚ ତାରକା ଗ୍ରାମ ଘୋଷଣା

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଲକ ସ୍ଥିତ ଧରପଗଡ଼ ପଞ୍ଚାୟତ ଗୋଏଲଭାଡ଼ି ଡାକଘରକୁ ଭାରତ ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚ ତାରକା ମାନ୍ୟତା ଘୋଷଣା କରାଯାଇଛି । ଗଏଲଭାଡି ଠାରେ ଡାକ ବିଭାଗ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରାଥି ମହେନ୍ଦ୍ର ଠାକୁର, ୱାର୍ଡ ସଭ୍ୟ ରୋହିତ ବାଗ, ସମାଜସେବୀ ଦେବରାଜ ଠାକୁର, ବଲାଙ୍ଗିର ଡାକଅଧିକ୍ଷକ ସର୍ବେଶ୍ୱର ବଳିୟାର ସିଂ, ଆସିଷ୍ଟାଣ୍ଡ ଡାକ ଅଧିକ୍ଷକ ଭରତ ଜଲି, ପୋଷ୍ଟଲ ଆସିଷ୍ଟାଣ୍ଡ ପ୍ରଶାନ୍ତ କୁମାର ଜାଲ, ଟିଟିଲାଗଡ଼ ଡାକ ନିରୀକ୍ଷକ କିଶୋର ନାଏକ, ପୋଷ୍ଟାଲ ସୁପରଭାଇଜର ପଦ୍ମନାଭ ବାରିକ, ଶାଖା ପୋଷ୍ଟମାଷ୍ଟର ଦିପକ ଲାଲ ଠାକୁର ପ୍ରମୁଖ ଯୋଗଦେଥିଲେ ।

ଏହି ଅବସରରେ ଡାକ ବିଭାଗ ପକ୍ଷରୁ ଗଏଲଭାଡ଼ି ଡାକଘରକୁ ପଞ୍ଚ ତାରକା ଗ୍ରାମ ଭାବେ ଘୋଷଣା କରାଯାଇଥିଲା । ଡାକଘର ପକ୍ଷରୁ ଲୋକଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା, ଗ୍ରାମୀଣ ଡାକ ଜୀବନ ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ସଞ୍ଚୟ ଖାତା, ଆରଡ଼ି, ଆଇପିପିବି ଆଦି ବିଭିନ୍ନ ସ୍କିମରେ ସାମିଲ କରିବା ସହ ଅଧିକାଂଶ ଗ୍ରାମକୁ ଫାଇଭ ଷ୍ଟାର ଭିଲେଜରେ ପରିଣତ କରିବା ପାଇଁ ବିଭାଗୀୟ ଅଧିକାରୀ ମତବ୍ୟକ୍ତ କରିଥିଲେ ।

nrusinghnath
Leave A Reply

Your email address will not be published.