ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ ଥାନା ଅନନ୍ତରାୟପୁରରେ ଗତକାଲି ବିଳମ୍ବିତ ରାତିରେ ଏକ ମାଛ ବୋଝେଇ ଟ୍ରକ ବ୍ୟାକ୍ କରିବା ବେଳେ ପଛପଟେ ଥିବା ଏକ ଟ୍ରାନ୍ସଫର୍ମରକୁ ଧକ୍କା ଦେଇଥିଲା । ଫଳରେ ବିଦ୍ୟୁତ ଆଘାତରେ ତଳେ ପଡ଼ିଯାଇଥିଲେ ହେଲପର । ହେଲପରଙ୍କ ପାଟି ଶୁଣି ଡ୍ରାଇଭର ଓ ସୁପରଭାଇଜର ଗାଡି ଡୋର ଖୋଲି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ । ସେମାନେ ଡୋରକୁ ଧରିବାରୁ ସେମାନଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ ଓ ପୋଲିସ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ । ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲପରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।