ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ : ବଲାଙ୍ଗିର ପୌରାଂଚଳରୁ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ୱାର୍ଡ ନଂ.୧, ୨, ୧୫ ଓ ୧୯ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୧୪ରୁ ୨ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି । ସେହିପରି ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୫, ୭ ଓ ୮ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୫ରୁ ଜଣେ, ବଲାଙ୍ଗିର ବ୍ଲକ ଝାଙ୍କରପାଲି ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଳକ ବେଲପଡ଼ା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ଏବେ ୭୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଜିଲ୍ଲାରେ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.