ଯାତ୍ରୀବାହୀ ଘରୋଇ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା : ବସରେ ଯାତ୍ରା କରୁଥିବା କଳାହାଣ୍ଡିର ୧୦ଯାତ୍ରୀ ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ଶୁକ୍ରବାର ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତ ଅନ୍ତର୍ଗତ ଖଜୁରିପଡା ଦେଇ ଖୋର୍ଦ୍ଧା-ବଲାଙ୍ଗିର ବଡି ଭୋରରେ ୫୭ନମ୍ବର ଜାତୀୟ ରାଜପଥରେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସରେ ଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୩ ଘଣ୍ଟା ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ ଖଜୁରିପଡା ଦେଇ ୫୭ନଂ ଏନଏଚରେ ତିରୁପତି ନାମକ ଏକ ଘରୋଇ ବସ୍‌ ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା । ଏ ସମୟରେ ଏହି ରାସ୍ତାରେ ବୌଦ୍ଧପଟୁ ଆସୁଥିବା ଏକ ଟ୍ରକ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଦୁର୍ଘଟଣା ଶବ୍ଦ ଶୁଣି ଆଖପାଖରେ ରହୁଥିବା ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଆହତ ଯାତ୍ରୀ ମାନଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବୌଦ୍ଧ ଆଦର୍ଶ ଥାନା ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକ ତଦନ୍ତ କରୁଛି । ତେବେ ସଂଯୋଗ ବସତ ଆହତ ହୋଇଥିବା ସମସ୍ତ ଯାତ୍ରୀ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି ।

Leave A Reply

Your email address will not be published.