centurian jitm

ଗାନ୍ଧୀ ପାଠାଗାର ଟିକ୍ରାପଡା ପୂଜାମଣ୍ଡପ ଚଳିତ ବର୍ଷର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀପାଠାଗାରରେ ଚଳିତ ବର୍ଷର ଦୁର୍ଗାପୂଜା ଆୟୋଜନ ନିମନ୍ତେ ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକ୍‌ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀ ମାନି ଦୁର୍ଗାପୂଜା ଆୟୋଜନ କରାଯିବ ବୋଲି ପାଠାଗାରର ସଂପାଦକ ପ୍ରଦୀପ ସାହୁ ପ୍ରସ୍ତାବ ଆଗତ କରିଥିଲେ । ଏହି ବୈଠକରେ ସର୍ବ ସମ୍ମତିକ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ଉପ-ସଭାପତି ସନ୍ତକ ବହିଦାର ପାଠାଗାର ତରଫରୁ ରାଣୀବନ୍ଧର ରକ୍ଷଣାବେକ୍ଷଣ କରାଯିବା ପାଇଁ ମତ ଦେଇଥିଲେ । ସଂପାଦକ ପ୍ରଦୀପ ସାହୁ ଉକ୍ତ ବିଷୟରେ ପୂର୍ବରୁ ସେ ବ୍ୟକ୍ତିଗତ ଭାବରେ ତଥା ପଡାବାସୀଙ୍କୁ ନେଇ ପୋ÷÷ରପାଳିକା ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଦାବୀପତ୍ର ଦେବା ସତ୍ତେ୍ୱ କୋ÷÷ଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ପ୍ରକାଶ କରିଥିଲେ । ପିପି.ଏକାଡେମୀ ଠାରୁ ଡେର୍ଲିମାର୍କେଟ ସବ୍‌ଷ୍ଟେସନ ପର୍ଯ୍ୟନ୍ତ ପରିବାର ବିକାଳୀ ବସି ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ରାଣୀବନ୍ଧ ତଥା ରାସ୍ତାଘାଟ ଅପରିଷ୍କାର କରୁଥିବାରୁ ଏହି ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ । ପାଠାଗାର ସଭାପତି ଶ୍ରୀ ନେପାକ ରାଣୀବନ୍ଧର ରକ୍ଷଣାବେକ୍ଷଣ ତଥା ପରିସ୍କାର କରାଯିବାକୁ ତଥା ରାସ୍ତା ପାଶ୍ୱର୍ର ପରିବା ବିକାଳୀଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ଏହି ଅଂଚଳର ସମସ୍ତଙ୍କୁ ଏକ ସଭା ଡାକି କମିଟି ଗଠନ କରାଯାଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦେବାକୁ ପ୍ରସ୍ତାବ ଦେଇଥିଲେ । ଉକ୍ତ ସଭାରେ ଉପସ୍ଥିତ ପାଠାଗାର ଅଧ୍ୟକ୍ଷ ଭଗବାନ ବଗର୍ତ୍ତି, ବିଡିଜିଏ ସଂପାଦକ ସଂଗ୍ରାମ ବହିଦାର, ଉପସ୍ଥିତ ପାଠାଗାର ସଦସ୍ୟ ମୁନା ଖାନ, ରାଜେନ୍ଦ୍ର ମିଶ୍ର, ରାଜେନ୍ଦ୍ର ପାଣି, ଅଜିତ ପଣ୍ଡା, ସୁରୁ ସାହୁ, ଅବଦୁଲ ରଜାକ୍‌, ରିଆଜ ଖାନ, ପ୍ରଣୟ ଗଡତ୍ୟା, ଚିତ୍ତ ରଂଜନ ସାହୁ, କୁନା ବାଗ, ଋତୁରାଜ ସିଂ, ଦେବାଶିଷ ମିଶ୍ର, ରାଜୁ ମିଶ୍ର, ଅନିଷ ସାହୁ, ଅଙ୍କୁଶ ହୋତା, ବିଜୟ ସାହୁ, ମହମ୍ମଦ ସରବର, ପ୍ରମୋଦ ସାହୁ, ଦାଶରଥି ସାହୁ ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରି ଉକ୍ତ ପ୍ରସ୍ତାବମାନଙ୍କରେ ଆଲୋଚନା କରିଥିଲେ । ପରିଶେଷରେ ପାଠାଗାରର ଅଧ୍ୟକ୍ଷ ଭଗବାନ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.