ଭୟାବହ ଅଗ୍ନିକା‌ଣ୍ଡ : ଜଳିଗଲା ୨ ଗଦି ଦୋକାନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋର୍‌ ପ୍ରାୟ ୩ଟା ସମୟରେ ପାଟଣା ଛକର ନବନିର୍ମିତ ପାର୍କିଂ ଜୋନ୍‌ ଠାରେ ଥିବା ୨ଟି ସେଜ/ଗଦି ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିବା ବେଳେ ଦୁଇ ଦୋକାନ ପୋଡି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ସୂଚନା ପାଇ ଦମକଳ ବାହିନୀ ଘଟଣା‌ସ୍ଥଳରେ ପହଂଚି ଅଗ୍ନିକୁ ଆୟତ୍ତ କରିବା ଫଳରେ ଆଖପାଖର ଦୋକାନଗୁଡିକୁ ନିଆଁ ବ୍ୟାପିବାରୁ ରକ୍ଷା କରାଯାଇ ପାରିଥିବା କୁହାଯାଇଛି । ତେବେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତୁରନ୍ତ ରା‌ସ୍ତା କଡ଼ର ଉଠା ଦୋକାନୀ‌ଙ୍କ ପାଇଁ କ୍ୟାବିନ ବ୍ୟବ‌ସ୍ଥା କରିବାକୁ ସାଧାରଣରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.