ବନାଗ୍ନି ନିରାକରଣ ସଚେତନତା କର୍ମଶାଳା

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଅରାଗଡ ଗ୍ରାମ ଠାରେ ବନାଗ୍ନି ନିରାକରଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡରେ ବହୁ ମୁଲ୍ୟବାନ ଗଛ, ଔଷଧୀୟ ବୃକ୍ଷ ଲତା ଜଳିଯାଉଛି, ଏହାକୁ ସ୍ଥାନୀୟ ଅଚଂଳବାସୀ ମଧ୍ୟରେ ଜଙ୍ଗଲ ସୁରକ୍ଷା, ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ସଚେତନତା କରିବା ନେଇ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ଏହି କର୍ମଶାଳା ଆୟୋଜନ ହୋଇଥିଲା । ଏଥିରେ ଡେଲାଙ୍ଗ ବନାଞ୍ଚଳ ଅଧିକାରୀ ନିରଜଂନ ମହାପାତ୍ର, ବନପାଳ ପୂର୍ଣ୍ଣଚନ୍ଦ୍ର୍ର ବେହେରା, ବନରକ୍ଷୀ ତ୍ରିନାଥ ପ୍ରଧାନ, ଦମକଳ କେନ୍ଦ୍ରର ମାନସ ମହାପାତ୍ର, ଅଜୟ କୁମାର ମାଝି, ଧନେଶ୍ୱର ମହାପାତ୍ର ପ୍ରମୁଖ ସାମିଲ ହୋଇ ଜଙ୍ଗଲ ନିଆଁ ଯୋଗୁ ପ୍ରଭୁତ କ୍ଷତିଘଟୁଛି ଓ ବନାଗ୍ନିକୁ କିଭଳି ରୋକାଯାଇ ପାରିବ ସେ ସର୍ମ୍ପକରେ ଅଞ୍ଚଳବାସୀଙ୍କୁ ସଚେତନତା କରାଯାଇଥିଲା ।

Leave A Reply

Your email address will not be published.