oom

ଅଗସ୍ତି ନୂଆଗାଁରେ ଆଇଆରଇଏଲ (ଇଣ୍ଡିଆ) ଲି. ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

jsmm

ଛତ୍ରପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଅଗସ୍ତିନୂଆଗାଁ ପଞ୍ଚାୟତର ଅଗସ୍ତି ନୂଆଗାଁ ଗ୍ରାମରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ, ଓସକମ ତରଫରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ଵ ଆନୁକୁଲ୍ୟରେ ଗତ ଶୁକ୍ରବାର ଦିନ ଅଗସ୍ତିନୂଆଗାଁ ଗ୍ରାମର ବାତ୍ୟାଶ୍ରୟ ସ୍ଥଳୀରେ ପଞ୍ଚାୟତବାସୀଙ୍କ ହିତ ସକାଶେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ସରକାରଙ୍କ ଦ୍ଵାରା ଜାରି କୋଭିଡ-୧୯ ନିୟମ ମୁତାବକ ପରିସରକୁ ବିଶୋଧନ କରାଯାଇଥିଲା । ପ୍ରାୟ ୨୮୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ପ୍ରଦାନ କରିବା ସହ ମାସ୍କ ଏବଂ ସାନିଟାଇଜ ସାମଗ୍ରୀ ପ୍ରଦାନ କରାଯାଇଥିଲା ଏବଂ ପୃଷ୍ଟି ସାଧନ ନିମନ୍ତେ ପ୍ରତ୍ୟେକଙ୍କୁ ଏକ କିଲୋଗ୍ରାମ ସେଓ ସହ ଏକ କ୍ଷୀର ପ୍ୟାକେଟ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଡାକ୍ତର ଅର୍ଦ୍ଧେନ୍ଦୁ ପାଲ, ଡାକ୍ତର ପି.ଭାରତୀଙ୍କ ତତ୍ଵାବଧାନରେ ଏବଂ ଫର୍ମାସିଷ୍ଟ ଆର.କେ.ପାତ୍ର , ଟି.ଏଚ.ଆଚାର୍ୟ୍ୟ, କେ.ସି.ପ୍ରଧାନ ଓ ଠିକା ଷ୍ଟାଫ ନର୍ସ ଶ୍ରୀମତୀ ଗୀତାଞ୍ଜଳି ପହି, ସୁଶ୍ରୀ ସସ୍ମିତା ନାୟକ ପ୍ରମୁଖ ସହଯୋଗ କରିଥିଲେ । ସମ୍ବଳ ବିଭାଗ ଗତିକୃଷ୍ଣ ନାୟକ ଏବଂ ଶ୍ୟାମ ସୁନ୍ଦର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏବଂ ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ଏବଂ ଓସକମ ମୁଖ୍ୟ ମହାପ୍ରବନ୍ଧକ ଏ.ଜେ.ଜନାର୍ଥନନ ଏବଂ ଜେ.ଏନ.ଷଡଙ୍ଗୀ, ମହାପ୍ରବନ୍ଧକ ( ଖଣି ବିଭାଗ ) ଏବଂ ପ୍ରଭାରି- ( ସୁରକ୍ଷା ଏବଂ ପ୍ରାଶୀକ୍ଷଣ )ପ୍ରମୁଖ ପରିଦର୍ଶନରେ ଆସିଥିଲେ । ଅଗସ୍ତି ନୂଆଗାଁ ଗ୍ରାମ୍ୟ କମିଟିର ସଭାପତି ଅକ୍ଷୟ କୁମାର ସ୍ଵାଇଁ ଏବଂ ନିବାସୀ ଗୌଡ ଓ ସମସ୍ତ ସଭ୍ୟମାନେ ଉକ୍ତ ସ୍ୱାସ୍ଥ୍ୟ ଶିବିରର ପରିଚାଳନାରେ ସମସ୍ତ ସହଯୋଗ କରିଥିଲେ । ସମ୍ବଳ ବିଭଗ ତରଫରୁ ଦୀପକ ମିଶ୍ର, ମନୋଜ କୁମାର ନାୟକ, ସୁରେଶ ଚନ୍ଦ୍ର ପାତ୍ର, ସୁଶ୍ରୀ ସୃଜନ ପଣ୍ଡା , ଅଜୟ କୁମାର ବେହେରା ଉକ୍ତ ସ୍ୱାସ୍ଥ୍ୟ ଶିବିରର ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.