ଅଭାବନୀୟ ଘଟଣା : ଠିକା ସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ ଶାବଳରେ ଭୁସି ଜଣେ ଯୁବକଙ୍କୁ ହତ୍ୟା

ରାଉରକେଲା : ରାଉରକେଲା ମହୁଲପଦା ଥାନା ଅନ୍ତର୍ଗତ ଅନୁଗୁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗ୍ରାମ ପାଖରେ ଥିବା ଠିକା ସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ ଶାବଳରେ ଭୁସି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, କ୍ୟାମ୍ପରେ ରହୁଥିବା ଅର୍ଜୁନ ଦେହୁରୀ ଓ ଦେବରାଜ ନାଏକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗତକାଲି ରାତିରେ ବଚସା ହୋଇଥିଲା । ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ଅର୍ଜୁନ ଏକ ଶାବଳରେ ଭୁସି ଦେବରାଜକୁ ହତ୍ୟା କରିଥିଲା । ଆଜି ସକାଳେ ଖବର ପାଇ ମହୁଲପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅର୍ଜୁନକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।

Leave A Reply

Your email address will not be published.