csstore

ଶ୍ରୀ ସଂପ୍ରଦାୟ ପଶ୍ଚିମାଞ୍ଚଳ ସାଧୁ ସନ୍ଥ ବୈଠକ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଶ୍ରୀ ସଂପ୍ରଦାୟ ପଶ୍ଚିମାଞ୍ଚଳ ସାଧୁ ସନ୍ଥ ବୈଠକ ଲୋଇସିଂହା କସ୍ତୁରୀ ବାଇ ମଠର ମଠାଧୀକାରୀ ହନୁମାନ ଦାସ‌ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ହୃଷିକେଶ ବାବା, ସଭା ସଂପାଦନ ଗିରିବର ଦାସ ମହାରାଜ ଓ ସଭା ସମାଲୋଚକ ବାବା ଅଦୈଶ ଦାସ ମହାରାଜ ମଚାଂସୀନ ହୋଇ ସାଧୁସମାଜ ଓ ଭକ୍ତ ବୃନ୍ଦଙ୍କୁ ଦିଗଦର୍ଶନ ଦେଇଥିଲେ । ସର୍ବ ଶ୍ରୀ ପ୍ରେମାନନ୍ଦ ଦାସ ମହାରାଜ ବରଗଡ ରାଧାକୃଷ୍ନ ଆଶ୍ରମ ନାଗେନପାଲି, ବାସୁଦେବ ଦାସ ସମ୍ବଲପୁର ରାଣୀ ମଠ, ଭବାନୀ ଦାସ, ଶୃତିକିତ ଦାସ ଝାଂଙ୍କରପାଲି, ଅବଧ ବିହାରୀ ଦାସ ଆଗଲପୁର ମଠ, ବଳରାମ ଦାସ ବେନ୍ଦ୍ରା ମଠ, ସନାତନ ଦାସ ପାହାଡଶ୍ରୀଗିଡା ମଠ, କୃଷ୍ଣ ଦାସ ତୁରୁ‌ଙ୍ଗା ମଠ, ଗୋପାଳ ଦାସ ବରଗଡ ରାଧାକୃଷ୍ନ ମଠ, ହନୁମାନ ଦାସ କୁଶମେଲ ମଠରୁ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସାଧୁ ସେବା ଓ ପ୍ରସାଦ ସେବନ କରି ବୈଠକକୁ ବିଦାକୀ ଘୋଷଣା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଲୋଇସିଂହା କସ୍ତୁରୀ ମଠର ସମସ୍ତ ଭକ୍ତଗଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.