ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୭୩ଟି ସରକାରୀ ମେଡ଼ିକାଲ କଲେଜ/ପ୍ରତିଷ୍ଠାନର ହେବ ଉନ୍ନତିକରଣ

• ଓଡ଼ିଶାର ତିନୋଟି ମେଡ଼ିକାଲ କଲେଜରେ ହେବ ଭିତ୍ତିଭୂମି ସୁଧାର

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଦେଶର ୭୩ଟି ସରକାରୀ ମେଡ଼ିକାଲ କଲେଜ/ପ୍ରତିଷ୍ଠାନର ଉନ୍ନତିକରଣ କାର୍ୟ୍ୟ ହାତକୁ ନିଆଯାଇଛି। ତେବେ ଏହି ଯୋଜନାରେ ନୂତନ ସରକାରୀ ମେଡ଼ିକାଲ କଲେଜ/ପ୍ରତିଷ୍ଠାନ ଖୋଲାଯିବାର ବ୍ୟବସ୍ଥା ନାହିଁ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ବର୍ତ୍ତମାନର ମେଡ଼ିକାଲ କଲେଜଗୁଡ଼ିକରେ ସୁପର ସ୍ପେଶାଲିଟି ବ୍ଲକ (ଏସଏସବି) ଏବଂ/କିମ୍ବା ଜରୁରିକାଳୀନ ଚିକିତ୍ସା କେନ୍ଦ୍ର ଏବଂ/କିମ୍ବା ମେଡ଼ିକାଲ ସରଞ୍ଜାମ କିଣିବାର ବ୍ୟବସ୍ଥା ରହିଛି। ଓଡ଼ିଶାର ତିନୋଟି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ପାଇଁ ଯୋଜନା ରହିଛି। ଏଗୁଡ଼ିକ ହେଲା-କଟକସ୍ଥିତ ଏସସିବି ମେଡ଼ିକାଲ କଲେଜ, ବୁର୍ଲାସ୍ଥିତ ଭିଏସଏସ ମେଡ଼ିକାଲ କଲେଜ ଏବଂ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ। ଯୋଜନାର ତୃତୀୟ ପର୍ୟ୍ୟାୟରେ ଏମକେସିଜି ଓ ଭିଏସଏସ ମେଡ଼ିକାଲ କଲେଜକୁ ସାମିଲ କରାଯିବାକୁ ଥିବା ବେଳେ ଚତୁର୍ଥ ପର୍ୟ୍ୟାୟରେ କଟକ ମେଡ଼ିକାଲ କଲେଜକୁ ସାମିଲ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.