ନୂତନ ସିଏନଜି ପମ୍ପ ସ୍ଥାପନ

ନୂଆଦିଲ୍ଲୀ, (ପିଆଇବି) : ପିଏନଜିଆରବି ଆଇନ, ୨୦୦୬ ଅନୁସାରେ ଦେଶରେ ସିଟି ଗ୍ୟାସ୍ ବିତରଣ (ସିଜିଡ଼ି) କିମ୍ବା ସ୍ଥାନୀୟ କୌଣସି ଏକ ଭୌଗୋଳିକ କ୍ଷେତ୍ର (ଜିଏ)ରେ ପ୍ରାକୃତିକ ବାଷ୍ପ ବିତରଣ ନେଟୱାର୍କ ସ୍ଥାପନ ନିମନ୍ତେ ବ୍ୟବସ୍ଥା ବିଛାଇବା, ନିର୍ମାଣ କରିବା, ଏହାକୁ କାର୍ୟ୍ୟକାରୀ କରିବା କିମ୍ବା ସମ୍ପ୍ରସାରଣ ନିମନ୍ତେ ଅନୁମତି ପ୍ରଦାନ କରିବା ଲାଗି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ନିୟନ୍ତ୍ରଣ ବୋର୍ଡ଼ (ପିଏନଜିଆରବି) ହେଉଛି କ୍ଷମତାପ୍ରାପ୍ତ ଅଧିକାରୀ । ସିଜିଡ଼ିକୁ ପ୍ରଦାନ କରାଯାଇଥିବା ସର୍ବନିମ୍ନ କାର୍ୟ୍ୟ ଯୋଜନା (ଏମଡବ୍ଲୁପି) କ୍ଷମତା ଅନୁସାରେ ଦେଶର ୨୭ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ କ୍ଷେତ୍ରରେ ଆଗାମୀ ୮- ୧୦ ବର୍ଷ ମଧ୍ୟରେ ୮୧୮୧ଟି ସିଏନଜି ପମ୍ପ୍ ସ୍ଥାପନ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । ବର୍ତ୍ତମାନ ମଧ୍ୟ ପ୍ରଦେଶରେ ଏମଡ଼ବ୍ଲୁପିର ସୂଚନା ଅନୁସାରେ ୪୧୭ଟି ସିଏନଜି ଷ୍ଟେସନ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି ଯାହାକି ପ୍ରାଧିକୃତ ଜିଲ୍ଲାମାନଙ୍କରେ ଆଗାମୀ ୮- ୧୦ ବର୍ଷ ମଧ୍ୟରେ ସ୍ଥାପନ କରାଯିବ । ବର୍ତ୍ତମାନ ପିଏନଜିଆରବି ଛତିଶଗଡ଼ରେ କୌଣସି ଜିଏରେ ସିଜିଡ଼ି ବିକାଶ ନେଟୱାର୍କ ପାଇଁ କୌଣସି ଅନୁମତି ପ୍ରଦାନ କରାଯାଇନାହିଁ । ଏମଡବ୍ଲୁପି ଅନୁସାରେ ସିଏନଜି ଷ୍ଟେସନର ବିସ୍ତୃତ ବିବରଣୀ ନିମ୍ନ ସାରଣୀରେ ପ୍ରଦାନ କରାଯାଇଛି:

ସିଏନଜି ପମ୍ପ୍ ସିଜିଡ଼ି ସଂସ୍ଥାମାନଙ୍କ ଦ୍ୱାରା ଜାତୀୟ ରାଜପଥ ପାଶ୍ୱର୍ସ୍ଥାପନ କରାଯାଇଥାଏ ଏବଂ ତାହା ଯୋଜନା ତଥା ବୈଷୟିକ- ବ୍ୟାବସାୟିକ ସମ୍ଭାବ୍ୟତାକୁ ବିଚାର କରି ସ୍ଥାପିତ ହୋଇଥାଏ ।

ଦେଶରେ ରାଜ୍ୟୱାରୀ ମୋଟ କମ୍ପ୍ରେସଡ୍ ପ୍ରାକୃତିକ ବାଷ୍ପ (ସିଏନଜି) ଷ୍ଟେସନ୍‌ର ହିସାବ ନିମ୍ନ ସାରଣୀରେ ପ୍ରଦାନ କରାଯାଇଛି । ଏହି ତାଲିକା https://www.pngrb.gov.in/data-bank/PNG.CNG ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ।

କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଲୋକସଭାରେଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.