csstore

ଆଜି ବଲାଙ୍ଗିର ଜିଲ୍ଲାରେ ୩୭ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଆଦର୍ଶପଡ଼ାରୁ ୩, ସିଆର୍‌ପିଏଫ୍‌ କ୍ୟାମ୍ପରୁ ୩, ତୁଲସିନଗରରୁ ୧, ରେଡ଼ିଓଷ୍ଟେସନ କଲୋନୀରୁ ୨, ଗାନ୍ଧୀନଗରପଡ଼ାରୁ ୨, ସିଭିଲ୍‌କୋର୍ଟ ପଛପାଖରୁ ୧, କଲେଜଛକରୁ ୧,ପେଲେସ୍‌ଲାଇନ୍‌ରୁ ୩, ରାମଜୀପଡ଼ାରୁ ୧, ଟାଉନ୍‌ ପୋଲିସ ଷ୍ଟେସନ୍‌ରୁ ୨, ହାତୀଶାଲପଡ଼ାରୁ ୧, ପ୍ରତାପସାଗରପଡ଼ାରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ କଂଟାବାଂଜି ଏନ୍‌ଏସି.ରୁ ୪, ବଲାଙ୍ଗିର ବ୍ଲକ୍‌ରୁ ୧, ପୁଇଁନ୍ତଲା ବ୍ଲକ୍‌ ଲୁକାପଡ଼ାରୁ ୧, ଲୋଇସିଂହା ବ୍ଲକ୍‌ ରାମଜୀପଡ଼ାରୁ ୧, ଆଗଲପୁର ବ୍ଲକ୍‌ ମୁରସିଂରୁ ୧, ବଲାଙ୍ଗିର ବ୍ଲକ୍‌ ଚନ୍ଦନଭାଟିରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟିର ଟିଟିଡୁଙ୍ଗୁରିପଡ଼ାରୁ ୧, ହାଇସ୍କୁଲପଡ଼ାରୁ ୧, ମହୁଲପଡ଼ାରୁ ୧, କଟକିଆପଡ଼ାରୁ ୧ କରୋନା ଆକ୍ରାନ୍ତ ହୋଇଛନ୍ତି । ଆଜି ଆଉ ଦୁଇ ଜଣ ମହିଳା କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯୮୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୦ ଜଣ ଏକ୍‌ଟିଭ୍‌ ରହିଥିବା ବେଳେ ୧୫୯୩ ଜଣ ସୁସ୍ଥ ହୋଇଛନ୍ତି । ୮ ଜଣଙ୍କ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି ।

jayashree
Leave A Reply

Your email address will not be published.