ରାଧାମୋହନ ଦେବ ମଠରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନ ଦେବ ମଠ, ଘନିପୁର, ଘୋରଡିଆ ପୀଠସ୍ଥଳୀରେ ଗ୍ରାମବାସୀଙ୍କ ତରଫରୁ ବିଶ୍ୱ କଲ୍ୟାଣ ସହ ପରିବେଶକୁ ଶାନ୍ତ ସିଦ୍ଧ ଓ ମଧୁମେୟ କରିବା ଉଦେଶ୍ୟରେ ଶୁକ୍ରବାର ୭ମ ବାର୍ଷିକ ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ଆଦ୍ୟବାସ ଅନୁଷ୍ଟିତ ହୋଇଯାଇଛି । ଏହା ୩ ଦିନ ଧରି ବିଭିନ୍ନ ନିତିକାନ୍ତି ପୂଜା ପାଠ, ଅଖଣ୍ଡ ନାମ ସଂକୀର୍ତ୍ତନ, ନଗର ପରିଭ୍ରମଣ ଓ ଦଧି ଭାଣ୍ଡ ଭଙ୍ଗନ ସହିତ ରବିବାର ଅପରାହ୍ନରେ ସମ୍ପର୍ଣ୍ଣ ସହ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.