oom

୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ସହ ଜଣେ ଗିରଫ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସଆଇ ରଚିତା ମାଡ଼କାମୀଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟରେ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଯାଞ୍ଚ ସମୟରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ଧରାପଡ଼ିଥିଲା । ସେଥିରୁ ୧୦୩ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଥିଲେ । ଏ ନେଇ ଥାନାରେ ଏକ ମାମଲା ନଂ.୪୭/୨୧ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣାରେ ସଂଶ୍ଲିଷ୍ଟ ଅନ୍ୟ ଅଭିଯୁକ୍ତ ମାନେ କିଏ କିଏ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.