ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୧ : ଆଜି ୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୧ ରହିଛି । ଆଜି ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫, ବାଲେଶ୍ୱରରୁ ୨, ବରଗଡ଼ରୁ ୨, ବଲାଙ୍ଗିରରୁ ୩, କଟକରୁ ୧୩, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୩, କେଉଁଝରରୁ ୧, ଖୋର୍ଦ୍ଧାରୁ ୭, ମୟୁରଭଂଜରୁ ୭, ସମ୍ବଲପୁରରୁ ୩, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ ପୁଲ୍‌ରୁ ୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୮୧୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୫୪୯୯ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.