ମାର୍ଚ୍ଚ ୨୮ରୁ ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ

ଝାରସୁଗୁଡ଼ା : ମାର୍ଚ୍ଚ ୨୮ ତାରିଖରୁ ସ୍ପାଇସଜେଟ୍ ପକ୍ଷରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ତେବେ ଏହି ବିମାନଟି ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଅପରାହ୍ନ ୩.୩୦ରେ ବାହାରି ଚେନ୍ନାଇରେ ଅପରାହ୍ନ ୫ ଟାରେ ଅବତରଣ କରିବ ପରେ ଏହା ଚେନ୍ନାଇ ବିମାନବନ୍ଦରରୁ ଦିନ ୧ଟା ୧୦ମି.ରେ ବିମାନ ଉଡ଼ାଣ କରିବା ସହ ଝାରସୁଗୁଡା ବିମାନବନ୍ଦରରେ ଅପରାହ୍ନ ୩ଟାରେ ଅବତରଣ କରିବ ଏବଂ ସପ୍ତାହରେ ପ୍ରତିଦିନ ବିମାନ ସେବା ଉପଲବ୍ଧ ହେବ ବୋଲି ଝାରସୁଗୁଡା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍‌ନ୍ତି । ଶ୍ରୀ ସେନାପତି ଆହୁରି କହିଛନ୍ତି ଯେ ପୁଣେ, ନାଗପୁର, ଅହମ୍ମଦାବାଦ ଓ ଗୌହାଟୀ ଭଳି ସ୍ଥାନ ସହ ଯୋଡ଼ି ହେବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.