ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ‘ସ୍ୱଚ୍ଛତା ଓ ପରିବେଶ ସମ୍ମାନ’ ପ୍ରଦାନ

ଡେଲାଙ୍ଗ, (ଦି‌ଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ଐଶ୍ୱାନେଶ୍ୱର ମହାଦେବଙ୍କ ମହାଶିବରାତ୍ରି ଜାଗର ପାଳନ ଅବସରରେ ଅନୁଷ୍ଠିତ ପାଲା ପରିବେଷଣର ଗାୟକ ବିଜୟ କୁମାର ପରିଡା ଓ ସାଥୀଙ୍କୁ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ‘ସ୍ୱଚ୍ଛତା ଓ ପରିବେଶ ସମ୍ମାନ’ ପ୍ରଦାନ କରାଯାଇଛି । ମୁଖ୍ୟଅତିଥି ସମାଜସେବୀ ବ୍ରଜବନ୍ଧୁ ପରିଡା ଓ ଆଇନଜୀବୀ ହୃଷିକେଶ ପାଢ଼ୀ ଗାୟକ ମହାଶୟଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସମବେତ ଜନତାଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ବଜାୟ ରଖିବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.