oom

କେଶରିୟା ହିନ୍ଦୁ ବାହିନୀ ଦେଓଗାଁ ବ୍ଲକ ତରଫରୁ ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି କେଶରିୟା ହିନ୍ଦୁ ବାହିନୀ ଦେଓଗାଁ ବ୍ଲକ୍ ତରଫରୁ ବ୍ରାହ୍ମଣୀଯୋର୍ ପଞ୍ଚାୟତ ସିଆଲଯୋର ଗ୍ରାମରେ ଏକ ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ବଦ୍ରିନାଥ ହୋତାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳ, ବଲାଙ୍ଗୀର ଜିଲ୍ଲା ଅଧ୍ୟକ୍ଷ ପ୍ରଦୀପ ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ, ଶଙ୍କର୍ଷଣ ଆଚାର୍ୟ୍ୟ, ଜିଲ୍ଲା ମହାସଚିବ ସୁନିଲ ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ସୁଶିଲ ସାହୁ, ଅନନ୍ତ ବଗର୍ତ୍ତୀ, କବିରାଜ ସାହୁ, ବୁଲୁ ପର୍ଡ଼ିଆ, ସୈଲେନ୍ଦ୍ର ନାଏକ, ରାଜୁ ନାଏକ, ରାଜେଶ୍ ପଟ୍ଟନାୟକ, ପ୍ରହଲ୍ଲାଦ ପ୍ରଧାନ, ସୀତାରାମ ପ୍ରଧାନ, ବିଭୁ ଗୁରୁ, ସୂମିତ୍ ଚନ୍ଦନ, ସତ୍ୟ ଅମାତ୍, ସୀତାରାମ ସାହୁ, ବିଜୁ ଠେଲା, ରାହୁଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବ୍ଲକରେ ସଂଗଠନକୁ ସୁଦୃଢ କରିବାକୁ ନେଇ ଆଲୋଚନା କରାଯାଇଥିଲା ତା ସହିତ ଧର୍ମାନ୍ତରୀକରଣ ଏବଂ ଗାଈ ଚାଲାଣକୁ ରୋକିବାକୁ ଆଲୋଚନା କରାଯାଇଥିଲା । ବ୍ଲକରେ ଥିବା ପୁରୁଣା ମଠ ମନ୍ଦିର ଗୁଡ଼ିକର ଉନ୍ନତିକରଣ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ।

jittmm
Leave A Reply

Your email address will not be published.