ବାଲେଶ୍ୱର : ଦିନକୁ ଦିନ ବ୍ରାଉନସୁଗାର କାରବାର ବଢିବାରେ ଲାଗିଥିବା ବେଳେ ଆଜି ପୁଣି ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ତନଖି ଫାଟ ନିକରୁ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଶେଖ ମୁନାଫ । ତେବେ ଘଟଣା ସଂପର୍କରେ ଅଧିକ ଜାଣିବା ପାଇଁ ଅଭିଯୁକ୍ତ ଶେଖ ମୁନାଫକୁ ପଚରା ଉଚୁରା କରୁଛି କ୍ରାଇମ ବ୍ରାଞ୍ଚ ଏସ୍ଟିଏଫ୍ । ଏନେଇ ଏସ୍ଟିଏଫ୍ ଏସ୍ପି ସୂଚନା ଦେଇଛନ୍ତି ।