oom

ଡେଲାଙ୍ଗରେ ବିଜୁବାବୁଙ୍କ ୧୦୫ତମ ଜୟନ୍ତି ଓ ପଚାଂୟତ ରାଜ ଦିବସ ପାଳିତ

jsmm

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପଚାଂୟତ ସମିତି ପକ୍ଷ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଓ ପଚାଂୟତରାଜ ଦିବସ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ, ତହସିଲଦାର ମହେନ୍ଦ୍ର କୁମାର ବଢେଇ, ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି କବୀନ୍ଦ୍ର ବଳବନ୍ତରାୟ, ଏବିଡିଓ ପ୍ରଦୀପ ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଦମୟନ୍ତୀ ନିଶଙ୍କ, ମହିଳା ମହାସଙ୍ଘ ସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଜୀବନୀ ଆଦର୍ଶ ଓ ରାଜ୍ୟ ତଥା ଦେଶର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ମ୍ପକରେ ଆଲୋକ ପାତ କରିଥିଲେ । ଡେଲାଙ୍ଗ ବ୍ଲକରେ କାର୍ୟ୍ୟକାରୀ ହୋଇଥିବା ବିଭିନ୍ନ ବିକାଶ ମୁଳକ କାର୍ୟ୍ୟର ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଜନପ୍ରତିନିଧି ଓ ବ୍ଲକ ଷ୍ଟାପ ଉପସ୍ଥିତ ଥିଲେ । ଶେଷରେ କଲ୍ୟାଣ ଅଧିକାରୀ ଶେଷଦେବ ରାଉତରାୟ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.