ସାମାନ୍ୟ କଥାରୁ ସଂଘର୍ଷ : ୧ମୃତ, ୧ ଗୁରୁତର

ପୁରୀ : ପୁରୀ ଜି‌ଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ମଧୁବନ ବାଲିଆ ଗାଁରେ ଗତକାଲି ରାତିରେ ସାମାନ୍ୟ କଥାକୁ କେନ୍ଦ୍ର କରି ସଂଘର୍ଷ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତରାତିରେ ମଧୁବନ ବାଲିଆ ଗାଁର ଦାମ ସ୍ୱାଇଁ ଏବଂ ଦୁଃଶାସନ‌ ବାରିକିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ତେବେ ସାମାନ୍ୟ ପାଟିତୁଣ୍ଡରୁ ଦୁଃଶାସନ ଏବଂ ତାଙ୍କର ସାଥୀମାନେ ମିଳିତ ଭାବେ ଦାମକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଦାମଙ୍କର ମୃତ୍ୟୁ ଘଟିଥିଲା । ଏହି ସଙ୍ଘର୍ଷରେ ଦୁଃଶାସନ ମଧ୍ୟ ଗୁରୁତର ଆହତ ହୋଇଥିବା ବେଳେ ଘଟଣା‌ସ୍ଥଳରେ ପୋଲିସ ପହଞ୍ଚି ତଦ‌ନ୍ତ ଆର‌ମ୍ଭ କରିଛି । ମୃତ ଦାମ ସ୍ୱାଇଁ ୪୫ ବର୍ଷର ବୋଲି ଜଣାପଡିଛି ।

Leave A Reply

Your email address will not be published.