ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଏବେ ଏକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୦୩ ରହିଛି । ଆଜି ୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୩୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୪, ବାଲେଶ୍ୱରରୁ ୭, ବରଗଡ଼ରୁ ୪, ଭଦ୍ରକରୁ ୪, ବଲାଙ୍ଗିରରୁ ୩, କଟକରୁ ୭, ଦେବଗଡରୁ ୨, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୮, ମୟୁରଭଞ୍ଜରୁ ୫, ନବରଙ୍ଗପୁରରୁ ୧, ନୂଆପଡାରୁ ୧, ପୁରୀରୁ ୬, ରାୟଗଡାରୁ ୩, ସମ୍ବଲପୁରରୁ ୯, ସୁନ୍ଦରଗଡରୁ ୬ ଓ ଷ୍ଟେଟପୁଲରୁ ୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୭୧୯୧ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୪୫୧୯ ଜଣ ସୁସ୍ଥ ହୋଇ ସାରିଛନ୍ତି ।
Prev Post