ବିଦ୍ୟା ଉତ୍କର୍ଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଓ ଏସିସି ଟ୍ରଷ୍ଟର ମିଲିତ ଆନୁକୁଲ୍ୟରେ ଅନୁଷ୍ଠିତ ବିଦ୍ୟା ଉତ୍କର୍ଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବରଗଡ ଜିଳ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ମନୋଜ ସାହୁ ମୁ୍ଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେ ବରଗଡ ଜିଲ୍ଲାରେ ଏକ୍‌ଟିଭିଟି ବିଦ୍ୟା ଉପରେ ଗୁରୁତ୍ବ ଦେବା ପାଇଁ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ବରଗଡରେ ଷ୍ଟେମ୍‌ ଉପକରଣ ଯୋଗାଇଥିବା ଏସିସି ଟ୍ରଷ୍ଟ ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡସନ ପ୍ରୟାସକୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାର୍ଗବ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ଅଗସ୍ତି ସାହୁ ପ୍ରଶିକ୍ଷଣ କାର୍ଯ୍ୟରେ ସହଯୋଗ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକୁ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ପ୍ରଶିକ୍ଷକ ମୋହନ ଚାନ୍ଦ ପଧାନ ତୁଲାଇ ଥିଲେ । ପ୍ରଶିକ୍ଷଣକୁ ଶିକ୍ଷକ ମାନେ ବହୁତ ଗୁରୁତ୍ବ ଦେଇଥିଲେ ଓ ଶ୍ରଣୀରେ ଉପଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

Leave A Reply

Your email address will not be published.