ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଏସଟିର ସରଳୀକରଣ ଦାବୀରେ ସର୍ବ ଭାରତୀୟ ବ୍ୟବସାୟୀକ ପ୍ରତିଷ୍ଠାନର ଆହ୍ବାନ କ୍ରମେ ଆଜି ଭାରତ ବନ୍ଦ ଡାକରାର ପ୍ରଭାବ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ବରଗଡ଼ ବ୍ୟବସାୟୀ ସଂଘ ଏହାର ସମ୍ପୁର୍ଣ୍ଣ ଭାବରେ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିଥିଲେ । ସଂଘ ପକ୍ଷରୁ ଧର୍ମଶାଳା ଛକ ଠାରେ ସଭାପତି ପ୍ରଦୀପ ଦେବତାଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା । ପରେ ସମସ୍ତେ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପହଞ୍ଚି ଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ କେନ୍ଦ୍ର ସରକାରଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ବରଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ମଧ୍ୟ ଏହି ବନ୍ଦକୁ ସମର୍ଥନ କରାଯାଇଥିଲା ।
Prev Post