କରକଚିଆ ଗ୍ରାମରେ ମାସ୍କ ବଣ୍ଟନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବଡ଼ଟିକା ପ‌ଞ୍ଚାୟତର କରକଚିଆ ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଠାରେ ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁପରଭାଇଜର ପ୍ରଫୁଲ୍ଲ ଦୋରାଙ୍କ ଉପସ୍ଥିତିରେ ଗୋପବନ୍ଧୁ ସେବାପରିଷଦ ପୁରୀ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁର ମିଳିତ ଆନୁକୂଲ୍ୟରେ ଏନ୍‌-୯୫ ମାସ୍କ ବଣ୍ଟନ କରାଯାଇଥିଲା । ବ‌ର୍ତ୍ତମାନ କୋରୋନା ଭୁତାଣୁ ସକ୍ରିୟ ହୋଇଥିବାରୁ କିଭଳି ସାଧାରଣ ଲୋକଙ୍କୁ ସଚେତନ କରାଯାଇ ପାରିବ ସେ ଉପରେ ପୁଂଖାନୁ ପୁଙ୍ଖ ଆଲୋଚନା କରାଯାଇଥିଲା । ସାମାଜିକ ଦୂରତା, ହାତ ଧୋଇବା ତଥା ମାସ୍କ ବ୍ୟବହାରକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ୟ୍ୟକମକୁ ପଲ୍ଲୀ ଆଲୋକ ପାଠାଗାର ନଅଗାଁର ଗୋବିନ୍ଦ ଚନ୍ଦ୍ର ବିଶି ଓ ପ୍ରଶାନ୍ତ କୁଅଁର ପରିଚାଳନା କରିଥିଲେ ।

Leave A Reply

Your email address will not be published.