ମୃତ ଚାଷୀ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କର : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ଧାନ ଅବିକ୍ରୀ ଏବେ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିଜ ଦାଇତ୍ୱରୁ ଓହରି ଯାଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଏହି ସମୟରେ ଧାନ ବିକ୍ରି କରି ନପାରି ମାନସିକ ଦୁଶ୍ଚିନ୍ତାରୁ ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାରୁ ପରିବାରଜନଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା କରିବାକୁ ଜିଲ୍ଳା ଆବାହକ ଦାବୀ କରିଛନ୍ତି । ପଦ୍ମପୁର ଉପଖଣ୍ଡର ୭୦ ଟି ମଣ୍ଡି ୨ ଲକ୍ଷ ୫୯ ହଜାର କୁଇଣ୍ଟାଲ ଧାନ ପଡିରହିଥିବା ବେଳେ ୧୫ ଦିନ ହେଲା ଚାଷୀ ଆନ୍ଦୋଳନ କରୁଛନ୍ତି । ସମସ୍ତଙ୍କ ଟୋକେନ୍ ଏବେ ଶେଷ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢିଚାଲିଛି । ଚାଷୀ କଣ କରିବ ଓ ଅପରାଧ କଣ ବୋଲି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଅଭିଯୋଗ କରିଛନ୍ତି । ତୁରନ୍ତ ସମସ୍ତ ଧାନକୁ ସରକାର କିଣନ୍ତୁ ବୋଲି ଆପର କର୍ମକ‌ର୍ତ୍ତାମାନେ ଦାବୀ କରି ଜିଲ୍ଳା ପ୍ରଶାସନକୁ ସ୍ମାରକ ପତ୍ର ଦେଇଛନ୍ତି । ମହିଳା ସଂଘଠନର ନେତ୍ରୀ ମରିୟମ ବାର୍ଳା, ଛାତ୍ର ନେତା ପୋଲୁସ୍ତ୍ୟ ସାହା, ଅସିତ ସାହୁ, ଆଡ଼ଭୋକେଟ ରମେଶ ପତି, ମମତା ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ ।

Leave A Reply

Your email address will not be published.