ବଳରାମ ଯୋଜନାର ଶୁଭାରମ୍ଭ ହେଲା ବରଗଡ଼ ଜିଲ୍ଲାରେ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାଳିଆ ଯୋଜନାର ସଫଳତା ପରେ ବ‌ର୍ତ୍ତମାନ ଆରମ୍ଭ ହୋଇଥିବା ବଳରାମ ଯୋଜନାର ଶୁଭାରମ୍ଭ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ମୋନାପଡା ଗ୍ରାମ ପଞ୍ଚାୟତରେ କରାଯାଇଛି । ବଳରାମ ଯୋଜନାରେ ସାଧାରଣ କ୍ଷୁଦ୍ରଚାଷୀ ଓ ଭାଗଚାଷୀଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ଏକା ସାଙ୍ଗରେ ପାଞ୍ଚଜଣ ଛୋଟଛୋଟ ଚାଷୀଙ୍କୁ ନେଇ ଏକ ଗ୍ରୁପ ଗଠନ କରିବାକୁ ହେବ । ତାପରେ ତାଙ୍କ ନାମରେ ବ୍ୟାଙ୍କରେ ଆକାଉଣ୍ଟ ଏକ ମିଳିତ ଆକାଉଣ୍ଟ କରି ସିଧାସଳଖ ସରକାରଙ୍କ ଦ୍ୱାରା ପ୍ରାପ୍ତ ସୁବିଧା ତାଙ୍କୁ ହସ୍ତାନ୍ତର କରାଯିବ । ବଳରାମ ଯୋଜନା ମାଧ୍ୟମରେ ତାଙ୍କୁ ଏକ ଲକ୍ଷ ଷାଠିଏ ହଜାର ଟଙ୍କା ବିନା ସୁଧରେ ଲୋନ ଆକାରରେ ଦିଆଯିବ ଯାହା ସେମାନେ ୬ମାସ ମଧ୍ୟରେ ପଇଠ କରିବେ । ଆଜି ଏହା ମୋନାପଡା ପଞ୍ଚାୟତର ଚାଷୀ କୃଷ୍ଣ ଚନ୍ଦ୍ର ସାହୁ, ଅଜିତ କଠାର, ସନ୍ତୋଷ ବାଗ, ଗୋବିନ୍ଦ ଗୁରୁ ଓ ବୃନ୍ଦାବନ ଗୁରୁଙ୍କୁ ପ୍ରଦାନ କରାଯାଇଥିଲା । ଏହାର ଶୁଭାରମ୍ଭ କରିବା ସମୟରେ ବରଗଡ଼ ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ, ଭଟଲି କୃଷି ଅଧିକାରୀ ସୋମନାଥ ରଣା, ବରଗଡ଼ କୃଷି ଅଧିକାରୀ ପ୍ରଶାନ୍ତ ମହାନ୍ତି, ଅତାବିରା ବ୍ଲକ କୃଷି ଅଧିକାରୀ ବିଜୟ କୁମାର ପଟ୍ଟନାୟକ, ଅତିରିକ୍ତ କୃଷି ଅଧିକାରୀ ଅତାବିରା ମାମିନି ଭୋଇ, ଅତିରିକ୍ତ କୃଷି ଅଧିକାରୀ ଲରମ୍ଭା ପ୍ରମୋଦିନି ପଧାନ ଓ ଭିଏଡବ୍ଲୁ ମୋନାପଡା ଗ୍ରାମ ପଞ୍ଚାୟତ ନିଲମ ଅଗ୍ରୱାଲଙ୍କ ସମେତ କୃଷକ ସାଥି ସୁଜିତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଠିକ ସେହିପରି ଏସ୍‌ଡିସିସି ବ୍ୟାଙ୍କ ମେନେଜର ଅତାବିରା ବୋଇଲଚନ ପଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.