jayashree

ଟୀକାକରଣ ଉପରେ ଗୋଷ୍ଠୀ ସଚେତନତା କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆପାଲି ପଞ୍ଚାୟତ ସଭାଗୃହ ଠାରେ ସ୍ବେଛାସେବୀ ଅନୁଷ୍ଠାନ ବିକଳ୍ପ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ)ର ମିଳିତ ଆନୁକୂଲ୍ୟରେ ଟୀକାକରଣ ଉପରେ ଗୋଷ୍ଠୀ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ଓ ସମ୍ମାନିତ ଅତିଥି ଭାବେ ଶିଶୁବିକାଶ ପ୍ରକଳ୍ପ ସୁପରଭାଇଜର କୁନି ଦିଦି, ପ୍ରଫୁଲ ଦୋରା, ସ୍ୱପ୍ଲିନ ଜେନା(ଦିଲ୍ଲୀ), କେକେ ସ୍ୱାଇଁ (ଭୁବନେଶ୍ୱର ) ପ୍ରମୁଖ ଯୋଗ ଦେଇ ଶିଶୁ ଓ ମା’ ଟୀକାକରଣ ଉପରେ ଗୁରୁତ୍ୱାରୋପ କରିଥିଲା । ପ୍ରତି ଗାଁରେ ଟୀକାକରଣ କରାଯାଇ କିଭଳି ବିଭିନ୍ନ ରୋଗରୁ ଶିଶୁ ଓ ମା’ ମାନଙ୍କ ଜୀବନ ରକ୍ଷା କରାଯାଇ ପାରିବ ସେ ନେଇ ଏକ ଯୋଜନା କରାଯାଇଥିଲା । କୋଭିଡ ନିରାକରଣ ତଥା ପଞ୍ଚାୟତ ଗୁଡିକର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦାଦନମାନଙ୍କ ସଠିକ ପରିଚାଳନା କରିଥିବା ଝରନି ପାଲି ସରପଞ୍ଚ ସୁଜିତ ସାହୁ, ଭରସୁଜା ସରପଞ୍ଚ ଗଣେଷ ସାହୁ ଓ ନୁନିଆପାଲି ସରପଞ୍ଚ ସହଦେଵ ସାହୁ ତଥା ସ୍ବେଛାସେବୀ ଓ ପ୍ରମୋଦ ବହିଦାର ଓ ବିଜୟ ମଲ୍ଲିକଙ୍କୁ ଫୁଲତୋଡ଼ା ସମେତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି ଓ ପ୍ରହଲ୍ଲାଦ ପଧାନ ପରିଚାଳନା କରିଥିଲା ବେଳେ ବିକଳ୍ପର ସୁଧାଂଶୁ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.