jayashree

ଓପନ୍ ସନ୍ତରଣ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଛାତ୍ରଛାତ୍ରୀଙ୍କ କମାଲ୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭୁବନେଶ୍ଵର ସ୍ଥିତ ମଞ୍ଚେଶ୍ଵର ରେଲୱେ ସନ୍ତରଣାଗାରରେ ଗତ ୧୫ ତାରିଖରୁ ଚାଲିଥିବା ପ୍ରଥମ ଓପନ୍ ସନ୍ତରଣ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ସନ୍ତରଣାଗାରର ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁବର୍ଣ୍ଣପୁର କିଡ୍ସ ଇଂଲିଶ ମିଡିଅମ ସ୍କୁଲର ଦେବାଂଶ ସାହୁ ୪୦ମିଟର ବଟରଫ୍ଲାଏରେ ପ୍ରଥମ, ୪୦ମିଟର ବେକରେ ଦ୍ଵିତୀୟ, ୮୦ମିଟରରେ ଦ୍ଵିତୀୟ ହୋଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ସୁଶ୍ରୀ ସନୟା ସାହୁ ୪୦ମିଟର ବଟରଫ୍ଲାଏରେ ଦ୍ଵିତୀୟ, ୪୦ମିଟରରେ ପ୍ରଥମ, ବ୍ୟକ୍ତିଗତ ୮୦ ମିଟରରେ ଦ୍ଵିତୀୟ ସେହିପରି ପ୍ରତ୍ୟାଶା ବେହେରା ୪୦ମିଟର ଫ୍ରୀ ଷ୍ଟାଇଲରେ ଚତୁର୍ଥ ୮୦ ମିଟରରେ ଦ୍ଵିତୀୟ ଓ ରିଲେରେ ତୃତୀୟ ହୋଇ ଅନେକ ସାରା ମେଡାଲ ଓ ପ୍ରଶଂସାପତ୍ର ପାଇଛନ୍ତି । ଏହି ସମସ୍ତେ ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ସନ୍ତରଣାଗାରର ଛାତ୍ରଛାତ୍ରୀ ଭାବେ ସୁଦକ୍ଷ କୋଚ୍ ସଞ୍ଜୟ କୁମାର ପାଣ୍ଡେଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ଏମାନଙ୍କର କୃତିତ୍ୱରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ରଙ୍କ ସମେତ ଜିଲ୍ଲାର କ୍ରୀଡ଼ାପ୍ରେମୀ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.