jayashree

ମହାଶିଙ୍ଗିରେ ୧୯ ରୁ ଆୟୋଜିତ ହେବ ଅଷ୍ଟପ୍ରହର ନାମଯଜ୍ଞ ଓ ଭାଗବତ ପ୍ରବଚନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଧ୍ୟାତ୍ମିକ ଭାବଧାରା, ଭକ୍ତି ଓ ଧାର୍ମିକ ଚେତନାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ବାଲିଗୁଡ଼ା ନିକଟସ୍ଥ ମହାଶିଙ୍ଗି ଗ୍ରାମରେ ଆୟୋଜିତ ହେବାକୁ ଯାଉଛି ଶ୍ରୀମଦ୍ ଭାଗବତ ବାସୁଦେବ ପୂଜା ସହ ଅଷ୍ଟପ୍ରହର ଜ୍ଞାନଯଜ୍ଞ, ଭାଗବତ ପ୍ରବଚନ, ନାମଯଜ୍ଞ ଓ ଘୃତଯଜ୍ଞ । ମହାଶିଙ୍ଗି ଗ୍ରାମର ଆରାଧ୍ୟ ଦେବୀ ମା’ ବରାଳଦେବୀଙ୍କ ପୀଠ ପ୍ରାଙ୍ଗଣରେ ନଭେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହେବ । ମହାଶିଙ୍ଗି ଗ୍ରାମ ଭାଗବତ ପୂଜା କମିଟି ପକ୍ଷରୁ ଏଥିନିମନ୍ତେ ବ୍ୟାପକ ଆୟୋଜନ କରାଯାଉଛି । ନଭେମ୍ବର ୧୯ ତାରିଖ ଗୁରୁବାର ଠାରୁ ୨୩ ତାରିଖ ସୋମବାର ପର୍ଯ୍ୟନ୍ତ ଜ୍ଞାନଯଜ୍ଞ ଓ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଚାଲିବ । ୨୩ ତାରିଖ ସୋମବାର ଅପରାହ୍ନ ୨ଟା ୩୦ ମିନିଟ୍‌ରେ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୨୪ ତାରିଖ ମଙ୍ଗଳବାର ସକାଳ ୧୧ଟା ୩୦ ମିନିଟ୍‌ରେ ନାମଯଜ୍ଞ ଆରମ୍ଭ ହେବ । ୨୫ ତାରିଖ ବୁଧବାର ସକାଳ ୧୦ଟା ୩୦ ମିନିଟ୍‌ରେ ଯଜ୍ଞର ପୂର୍ଣ୍ଣାହୁତି ଏବଂ ସକାଳ ୧୧ଟା ୩୦ ମିନିଟ୍‌ରେ ନାମଯଜ୍ଞ ସମାପନ ହେବ । ଏହାପରେ ଦିବା ୧୨ଟା ୩୦ ମିନିଟ୍‌ରେ ଦଧିଭାଣ୍ଡ ଭଞ୍ଜନ କାର୍ଯ୍ୟକ୍ରମ ରହିଥିବା ବେଳେ ଅପରାହ୍ନ ୧ଟାରେ ଆନନ୍ଦ ବଜାରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଉତ୍ସବର ଶେଷ ଦିନ ସନ୍ଧ୍ୟାରେ ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ । ଏହି ଅବସରରେ ଅଞ୍ଚଳର ଭକ୍ତ, ଶ୍ରଦ୍ଧାଳୁ ଓ ଧର୍ମପ୍ରେମୀ ଜନସାଧାରଣଙ୍କ ଉପସ୍ଥିତିରେ ମା’ ବରାଳଦେବୀଙ୍କ ପୀଠ ଭକ୍ତିମୟ ଓ ଉତ୍ସବମୁଖର ହୋଇଉଠିବ ବୋଲି ଆୟୋଜକ କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏହି ପବିତ୍ର ଆଧ୍ୟାତ୍ମିକ ମହୋତ୍ସବରେ ଯୋଗ ଦେଇ ପ୍ରଭୁଙ୍କ କୃପାଲାଭ କରିବାକୁ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।

Leave A Reply

Your email address will not be published.