
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ପ୍ରଥମ ଓଡ଼ିଶା” ତରଫରୁ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ହଳଦିଆପଦର୍, ତେରପେଣ୍ଠ, ଦାସପୁର୍, ମାଝୀଗାଁ, ତରାଇ-ଗୌଞ୍ଜୁ, ଶ୍ରୀରାମନଗର, କନିଷି ହାଟ, କନିଷି ଗ୍ରାମରେ ଶିଶୁ ଦିବସ ବହୁ ଆଡ଼ମ୍ବର ସହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଉକ୍ତ ଗ୍ରାମ ଗୁଡିକର ସରପଞ୍ଚ, ୱାର୍ଡ଼ମେମ୍ୱର, ଅଙ୍ଗନୱାଡ଼ି ଦିଦି, ସହାୟିକା ଦିଦି, ଆଶା ଦିଦି, ସିଆର୍ପି, ଏମ୍ବିକେ, ମହିଳାମାନେ ଓ ସ୍ଵେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଥମ ଓଡ଼ିଶାର ଜିଲ୍ଲା ସଂଯୋଜକ ରଙ୍ଗାଧର ନାୟକ, ସୁରେଶ କୁମାର ଖଟୁଆ, ଶିବ ପ୍ରସାଦ ଦାସ, ସନ୍ତୋଷ ସାହୁ ,ସୁଭ୍ରାନ୍ତ ବେହେରା, ରଶ୍ମିତା ଦେଇ, ମିନି ପ୍ରଧାନ, ପ୍ରଣତି ଦାସ, ତିଳତ୍ତ୍ତମା ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଶିଶୁ ଦିବସ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ୱାଗତ କରାଯିବ ସହ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରଯାଇଥିଲା । ସମସ୍ତ ଅତିଥିଙ୍କ ଉପସ୍ଥିତରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ନେଇ ମ୍ୟୁଜିକ୍ ଚେୟାର, ସୁନ୍ଦର ହସ୍ତାକ୍ଷର, ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧଲିଖନ, ନୃତ୍ୟ, ଗୀତ ଆଦି ପ୍ରତିଯୋଗିତା କରାଯାଇଥିଲା । ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରଥମ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।