ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଆଜି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା କରିଛନ୍ତି । ମେ’ ୧୮ରୁ ଜୂନ ୧୨ ପର୍ୟ୍ୟନ୍ତ କଳା, ବିଜ୍ଞାନ ଓ ବାଣିଜ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଚାଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହାଛଡା ମେ’ ୨୮ରୁ ଧନ୍ଦାମୂଳକ ଶିକ୍ଷା ନେଇ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ପ୍ରଥମ ପରୀକ୍ଷା ବିଜ୍ଞାନର ଫିଜିକ୍ସ ବିଷୟରୁ ଆରମ୍ଭ ହେବ । ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କର ଏଣ୍ଟ୍ରାାନ୍ସ ପରୀକ୍ଷା ଗୁଡିକ ରହୁଥିବାରୁ ଏହି ବିଷୟକୁ ଦୃଷ୍ଟିରେ ରଖି ପ୍ରଥମେ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଛି । ଏହାପରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଆରମ୍ଭ ହେବ । ଆଜି ଏନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ, ସେ କହିଥିଲେ ଖୁବ ଶୀଘ୍ର ଏହି ପରୀକ୍ଷାର ଗାଇଡଲାଇନ ନେଇ ବିଜ୍ଞିପ୍ତି ଜାରି କରାଯିବ । କୋରନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.