jayashree

ଦେଓଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି । ଦେଓଗାଁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ଦିବସ ସହ ଶିଶୁ ଶିବିର କାର୍ଯ୍ୟକ୍ରମ ନିକଟସ୍ଥ ସାଗରପାଲି ସ୍ଥିତ ଶିବ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସମ୍ପାଦକ ସାଧୁ ଚରଣ ସାହୁ, ସଭାପ୍ତି ବଳଦେବ ମାଝୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିଶୁ ଭାଇଭଉଣୀ ନାଚଗୀତ ପରିବେଷଣ କରିଥିଲେ । ଗୁରୁଜୀ ଗୁରୁମା ପ୍ରସାଦ ପୁରୋହିତ ସଭା ସଂଯୋଜନା କରିଥିବା ବେଳେ ପରିଚାଳନା ସମିତିର ଉପ ସଭାପତି ସୁରେନ୍ଦ୍ର ବିଶ୍ୱାଳ, କୋଷାଧ୍ୟକ୍ଷ ଦୁର୍ବାଦଳ ସାହୁ, ସଭ୍ୟା ଶ୍ରୀୟା ସୁମନ ନାଏକ ମାତୃ ଭାରତୀ ସଭ୍ୟାମାନେ ଉପସ୍ଥିତ ରହିଥିଲେ । ଶେଷରେ ଗୁରୁଜୀ କୁନୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗାଈବାହାଲ ପଞ୍ଚାୟତର ଜୁଲାକନୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ପୁରୋହିତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁଙ୍କ ଜନ୍ମଦିବସ ଉପଲକ୍ଷେ ତାଙ୍କ ଜୀବନୀ ସହ ଦେଶର ମହାପୁରୁଷ ମାନଙ୍କ ବିଷୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ମନରେ ଜାତୀୟତା ଭାବନା ଜାଗ୍ରତ କରିଥିଲେ । ସ୍କୁଲର ସହକାରୀ ଶିକ୍ଷକ ସଞ୍ଜିବ କର୍ତ୍ତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସାରସମାଲ ପଞ୍ଚାୟତର ସାରସମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହୋଲିଶ୍ୱର ପଧାନଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସି.ଆର୍‌.ସି.ସି. ଜଗଦୀଶ ପଧାନ, ସୁଶାନ୍ତ ସାହୁ, ଅରବିନ୍ଦ ପଧାନ, ଜ୍ୟୋତିଲାଲ ସାହୁ, ପ୍ରଶାନ୍ତ ଗଡ଼ତ୍ୟା, ଜ୍ୟୋତ୍ସ୍ନା ଷାଣ୍ଢ ପ୍ରମୁଖ ଉପସ୍ଥିତ ରହି ଶିଶୁଙ୍କ ମୁହଁରେ ହସ ଫୁଟାଇବା ପରି ମତାମତ ଦେଇଥିଲେ । ଏହି ଉପଲକ୍ଷେ ଶିଶୁ ଦିବସ ଅବସରରେ ଶିଶୁମାନଙ୍କୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.