jayashree

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଘୋଷଣା : ୨୦୨୯ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିବେ ନାହିଁ

  • ରାଉରକେଲା ଅବକାରୀ ଜିଲ୍ଲାରେ ଦେଶୀ ମଦଭାଟି ଓ ଦୋକାନ ଖୋଲିବା ନିଷ୍ପତ୍ତିର ପ୍ରତ୍ୟାହାର ଦାବିରେ ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଘୋଷଣା ଯେ, ୨୦୨୯ ବିଧାନସଭା ନିର୍ବାଚନରେ ସେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ଦେଶୀ ମଦଭାଟି ଓ ଦୋକାନ ଖୋଲିବା ନିଷ୍ପତ୍ତିର ପ୍ରତ୍ୟାହାର ଦାବିରେ, ରାଉରକେଲା ମହାନଗର ନିଗମ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସମୟରେ, ସେ ସ୍ପଷ୍ଟ କରିଛନ୍ତି ଯେ, ସେ ରାଜନୀତିରେ ସକ୍ରିୟ ରହିବେ କିନ୍ତୁ ପ୍ରତ୍ୟେକ୍ଷ ନିର୍ବାଚନୀ ପ୍ରତିଯୋଗିତାରୁ ଦୂରେଇ ରହିବେ । ସେ ଯୁବ ନେତା ଏବଂ ମହିଳା ପ୍ରାର୍ଥୀଙ୍କୁ ପ୍ରୋତ୍ସାହିତ କରିବେ, ପରଦା ପଛରେ ସମର୍ଥନ କରିବେ ଏବଂ ସେମାନଙ୍କ ବିଜୟ ସୁନିଶ୍ଚିତ କରିବେ । ଶ୍ରୀ ନାୟକ ମଧ୍ୟ ପ୍ରକାଶ କରିଛନ୍ତି ଯେ, ୨୦୨୯ ନିର୍ବାଚନରେ ​​ବିଜୁ ଜନତା ଦଳ (ବିଜେଡି) ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ବିଧାନସଭା ଆସନ ଜିତିବ । ରାଉରକେଲା ଅବକାରୀ ଜିଲ୍ଲାରେ ଦେଶୀ ମଦଭାଟି ଓ ଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିର ପ୍ରତ୍ୟାହାର ଦାବିରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ରାଉରକେଲା ମହାନଗର ନିଗମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ସ୍ମରଣଯୋଗ୍ୟ ଯେ, ୨୦୨୪ ନିର୍ବାଚନର ଭାରତୀୟ ଜନତା ପାର୍ଟି ପକ୍ଷରୁ ମଦ ବନ୍ଦ କରିବା ପାଇଁ ନିର୍ବାଚନ ପ୍ରତିଶ୍ରୁତି ଦିଆଯାଇଥିଲା । ଓଡିଶାର ଶାସନରେ ଥିବା ଭାଜପା ମଦ ବନ୍ଦ ପରିବର୍ତ୍ତେ, ପ୍ରଥମେ ବିଦେଶୀ ମଦ ଦୋକାନ ଖୋଲିବା ଏବଂ ଏବେ ଦେଶୀ ମଦଭାଟି ଓ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦେଶୀ ମଦଭାଟି ଓ ଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲାମ ଧାର୍ଯ୍ୟ ତାରିଖ ଥିଲା । ଏହାକୁ ବିରୋଧ କରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିରୋଧ କରାଯାଇଛି ।

Leave A Reply

Your email address will not be published.