jayashree

ଷ୍ଟାର୍ଟଅପ୍ ଓ ନୂତନ ଉଦ୍ୟୋଗୀଙ୍କ ପାଇଁ ଖୋଲିବ ନୂଆ ସୁଯୋଗ

  • ବଲାଙ୍ଗିରରେ ଆୟୋଜିତ ହେଲା ‘ତେଜସ୍’ କାର୍ଯ୍ୟକ୍ରମ, ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଣିକି ଉଦ୍ୟୋଗ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିବ ବଲାଙ୍ଗିର । ଜିଲ୍ଲାରେ ଷ୍ଟାର୍ଟଅପ୍ ଓ ନୂତନ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ସହ ଯୁବପିଢ଼ିଙ୍କୁ ଆତ୍ମନିର୍ଭର ହେବାର ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ‘ତେଜସ୍’ କାର୍ଯ୍ୟକ୍ରମ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯୁବ ଉଦ୍ୟୋଗୀ ଓ ଉପସ୍ଥିତ ଯୁବପିଢ଼ିଙ୍କୁ ସମ୍ବୋଧିତ କରି ରାଜ୍ୟ ତଥା ଜିଲ୍ଲାସ୍ତରରେ ଉଦ୍ୟୋଗୀକରଣର ବିକାଶ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ରହିଥିବା ନୂଆ ସମ୍ଭାବନା ସମ୍ପର୍କରେ ନିଜର ମତ ରଖିଥିଲେ । ଯୁବପିଢ଼ି କେବଳ ଚାକିରି ଖୋଜିବା ପରିବର୍ତ୍ତେ ନିଜସ୍ୱ ଉଦ୍ୟୋଗ ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦିଗରେ ଆଗେଇ ଆସିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ ନୂତନ ଚିନ୍ତାଧାରା, ନବସୃଜନ ଓ ଉଦ୍ୟୋଗୀ ପ୍ରତିଭାକୁ ଉପଯୁକ୍ତ ମଞ୍ଚ ଯୋଗାଇଦେବା ସହ ଷ୍ଟାର୍ଟଅପ୍‌ର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଏକ ନୂଆ ଦିଗ ଦେଖାଇବ ବୋଲି ଆଶା ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ, ଭୀମଭୋଇ ମେଡିକାଲ କଲେଜର ଡିନ୍‌ଙ୍କ ସମେତ ବିଭିନ୍ନ କ୍ଷେତ୍ରର ଅତିଥି ଓ ଯୁବ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.