jayashree

ବ୍ରହ୍ମାକୁମାରୀ ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବ।ହ୍ନ ୧୧ ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟାଳୟ ମାଉଣ୍ଟଆବୁରୁ ପଦାର୍ପଣ କରିଥିବା ରାଜଯୋଗୀ ବ୍ରହ୍ମାକୁମାର ଭଗବାନ ଭାଇ ନିଜ ଅନୁଭବ ଯୁକ୍ତ, ପ୍ରେରଣାଦାୟକ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ସମାଜରେ ସର୍ବତ୍ର ନୈତିକ ମୂଲ୍ୟର ଅଧୋପତନ, ଅରାଜକତା, ଚିନ୍ତ।, ଦୁଃଖ, ନକାରାତ୍ମକ ବିଚାର, ବ୍ୟର୍ଥ ସଙ୍କଳ୍ପ ବ୍ୟାପ୍ତ ହେବାରେ ଲାଗିଛି । ଏହି ପରିସ୍ଥିତିରେ ଜନସାଧାରଣଙ୍କ ଚିନ୍ତନ ଶକ୍ତିକୁ ପ୍ରଶସ୍ତ, ବିଶାଳ, ସଶକ୍ତ ତଥା ଦୂରଦୃଷ୍ଟି ସମ୍ପନ୍ନ କରାଇବା ପୂର୍ବକ, ସେମାନଙ୍କୁ ବିପରୀତ ପରିସ୍ଥିତିରେ ମଧ୍ୟ ଶାନ୍ତି, ସମନ୍ୱୟ ଏବଂ ସଦ୍ଭାବନା ଦ୍ୱାରା ସଠିକ୍ ମାର୍ଗର ଚୟନ ମାଧ୍ୟମରେ ଏକ ଶ୍ରେଷ୍ଠ, ଶକ୍ତିଶାଳୀ ଦିବ୍ୟ ବ୍ୟକ୍ତିତ୍ୱ ନିର୍ମାଣର ଶିକ୍ଷା ତଥା କୌଶଳମାନ ପ୍ରଦାନ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ସେ ପୁଣି କହିଥିଲେ ଯେ, ଆଧ୍ୟାତ୍ମିକ ବୁଦ୍ଧିମତ୍ତାର ପ୍ରୟୋଗ ଦ୍ୱାରା ଅନ୍ୟମାନଙ୍କ ପ୍ରତି ସ୍ନେହ, ସହାନୁଭୂତି, କ୍ଷମାଭାବ ଧାରଣ ଦ୍ୱାରା ସମାଜରେ ମୂଲ୍ୟର ପ୍ରଚାର ପ୍ରସାର ଘଟିବ ଏବଂ ଶିକ୍ଷାର ମୂଳ ଉଦ୍ଦେଶ୍ୟ ସାଧିତ ହେବା ସହ ଏକ ବିକଶିତ ଭାରତର ନବନିର୍ମାଣ ହୋଇପାରିବ । ବ୍ରହ୍ମାକୁମାରୀସ୍, ମୁଖ୍ୟାଳୟ ମାଉଣ୍ଟଆବୁରୁ ଆସିଥିବା ବ୍ରହ୍ମାକୁମାର ଅର୍ଜୁନ ଭାଇ ଅନ୍ୟତମ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଯଦି ମନୁଷ୍ୟ ସମାଜ ସ୍ୱୟଂର ପରିଚୟ, ପରମାତ୍ମାଙ୍କ ପରିଚୟ ଏବଂ ସୃଷ୍ଟି ଚକ୍ରର ଯଥାର୍ଥ ରହସ୍ୟକୁ ହୃଦୟଙ୍ଗମ କରେ ତବେ ସମଗ୍ର ସମାଜରେ ସୁଧାର ଆସିବା ସହ ଏକ ନୂତନ ସ୍ୱର୍ଗ ରାଜ୍ୟର ସ୍ଥାପନା ସମ୍ଭବ ହୋଇପାରିବ । ବ୍ରହ୍ମାକୁମାରୀସ୍ ସବଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ସ୍ୱାଗତ ସମ୍ଭାଷଣ ପ୍ରଦାନ ପୂର୍ବକ ରାଜଯୋଗ ଅଭ୍ୟାସ କରାଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ସମାଜର ସବୁ ବର୍ଗର ବ୍ୟକ୍ତିମାନେ ଯଦି ଉତ୍ତମ ଚରିତ୍ର ନିର୍ମାଣ ମାଧ୍ୟମରେ ନିଜ ସଂସ୍କାରର ପରିବର୍ତ୍ତନ କରିପାରିବେ । ତେବେ ଏହି ସମାଜ ଧ୍ୱଂସାଭିମୁଖୀ ନ ହୋଇ ବୌଦ୍ଧିକ ବିକାଶ ସହ ସୁଖ, ଶାନ୍ତି, ପ୍ରାଚୁର୍ଯ୍ୟର ଅଧତ୍କାରୀ ହୋଇପାରିବ । ଏହି ଅବସରରେ ରାଜଯୋଗୀ ବ୍ରହ୍ମାକୁମାର ଭଗବାନ ଭାଇ ବାଇଟ୍ ମାଧ୍ୟମରେ ସାମ୍ବାଦିକ ମାନଙ୍କ ପ୍ରତ୍ୟେକ ପ୍ରଶ୍ନର ସରଳ ସମାଧାନ ପୂର୍ବକ ଉକ୍ତ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଦିବ୍ୟ କର୍ତ୍ତବ୍ୟରେ ସହଯୋଗୀ ହେବା ସକାଶେ ଅନୁରୋଧ କରିଥିଲେ ତଥା ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.