ପୁଣି ଇନ୍‌ଚାର୍ଜ ଦାୟିତ୍ୱରେ ଗୌଡ଼ଗୋଠ ଆୟୁର୍ବେଦିକ ଡ଼ାକ୍ତରଖାନା : ପ୍ରତିଦିନ ଆସୁନାହାନ୍ତି ଡାକ୍ତର, ଖତ ଖାଉଛି ଔଷଧ

ଦେଓଗାଁ, (ମନୀଷ କୁମାର ସାହୁ) : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ସହ ବହୁବାର ଧାରଣା ଦେବା ପରେ ଦୀର୍ଘ ୫ବର୍ଷର ଅପେକ୍ଷା ପରେ ଦେଓଗାଁ ବ୍ଲକ ଅର୍ନ୍ତଗତ ଗୌଡ଼ଗୋଠ ଆୟୁର୍ବେଦିକ ଡ଼ାକ୍ତରଖାନାରେ ଗତବର୍ଷ ସ୍ଥାୟୀ ଡ଼ାକ୍ତର ଭାବେ ମନୋଜ ଭୋଇଙ୍କୁ ନିଯୁକ୍ତି ମିଳିଥିଲା । ଯାହାଫଳରେ ଅଞ୍ଚଳର ଲୋକଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଥିଲା । ହେଲେ ନିଯୁକ୍ତି ଦେବାର ମାତ୍ର ୨ରୁ ୩ମାସ ମଧ୍ୟରେ ଡାକ୍ତରଙ୍କୁ କୋଭିଡ଼-୧୯ ପାଇଁ ରାୟଗଡ଼ାକୁ ଡ଼େପୁଟେସନରେ ପଠାଇବା ପରେ ଏବେ ଡ଼ା. ହିମାଂଶୁ ନାୟକ ଇନଚାର୍ଜ ଦାୟିତ୍ୱରେ ଅଛନ୍ତି । ଅଞ୍ଚଳବାସୀଙ୍କ ଅଭିଯୋଗ ଯେ, ସେ ପ୍ରତିଦିନ କାମରେ ଆସନ୍ତି ନାହିଁ, ଯାହାଫଳରେ ସେଠାରେ ଥିବା ଔଷଧ ଗୁଡ଼ିକ ଖତ ଖାଉଛି । ପୂର୍ବରୁ ଥିବା ଡ଼ାକ୍ତ ଶ୍ରୀଯୁକ୍ତ ଭୋଇଙ୍କୁ ଡ଼େପୁଟେସନରେ ଫେରାଇ ଆଣିବାକୁ ଦାବୀ ହେଉଛି । ନଚେତ୍‌ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଧମକ ଦେଉଛନ୍ତି ।

Leave A Reply

Your email address will not be published.