
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍ ହଲ୍ଠାରେ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ କର୍ତ୍ତା ଭାବେ ମନୋଜ ମହାନ୍ତି ଓ କବିତା ମହାନ୍ତି ଦାୟିତ୍ୱ ତୁଳାଇଥିବା ବେଳେ ପଣ୍ଡିତ ଆତ୍ରାହି ଭଞ୍ଜନ ପାଣିଗ୍ରାହୀ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହାପରେ ସମାଜର ସଭାପତି ଶିରିଷ କୁମାର ବହିଦାରଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ସମାଜର ଉନ୍ନତି ଓ ସାମୂହିକ କଲ୍ୟାଣ ନିମନ୍ତେ କଲ୍ୟାଣ ମଣ୍ଡପ ଏବଂ ମନ୍ଦିର ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଉପସଭାପତି ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ଅଶୋକ କୁମାର ବହିଦାରଙ୍କ ସମେତ ହେମନ୍ତ ପଟ୍ଟନାୟକ, ପୂର୍ବତନ ସଭାପତି ସରୋଜ କୁମାର ବହିଦାର, ଆଶିଷ କୁମାର ବହିଦାର, ଭାରତ ସାମନ୍ତରାୟ, ରଜନୀ ରଞ୍ଜନ ମହାନ୍ତି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବ ସଭାପତି ପ୍ରୀତେଶ କୁମାର ବହିଦାର, ଶେଷଦେବ ପଟ୍ଟନାୟକ, ସନ୍ତୋଷ କୁମାର ବହିଦାର, ବିଜୟ ବହିଦାର, ନରସିଂହ ପଟ୍ଟନାୟକ, ସୁରଞ୍ଜିତ ବାହିଦାର, ତାପସ କୁମାର ମହାନ୍ତି, ଶିବାଶିଷ ପଟ୍ଟନାୟକ, ଈଶାନ କାନୁନଗୋ, ପ୍ରଶାନ୍ତ ମହାନ୍ତି, ଅଖିଳ ପଟ୍ଟନାୟକ, ସୋମେଶ ଚନ୍ଦ୍ର ମହାନ୍ତି, ସ୍ୱରୂପ ସୁମନ କାନୁନଗୋ, ନିଖିଲ ପଟ୍ଟନାୟକ, ଆୟୁଷ ରାୟ, ଶିବମ ପଟ୍ଟନାୟକ, ଅରବିନ୍ଦ ବହିଦାର, ଅଜୁ ବହିଦାର, ପ୍ରବୀଣ ବହିଦାର, ଶୈଳେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୂଜା ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ରାଜେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ପାଇକମାଲ ବ୍ଲକ ଜାମସେଠ ସ୍ଥିତ ଅଙ୍ଗନଦୀ କୂଳରେ ନୃସିଂହନାଥ ଜୋନ୍ କରଣ ସମାଜ ପକ୍ଷରୁ କରଣ ସମାଜର ଆରାଧ୍ୟ ଦେବତା ମହାରାଜ ଚିତ୍ରଗୁପ୍ତଙ୍କ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହେଉଥିବା ଏହି ପୂଜା ମହୋତ୍ସବକୁ କରଣ ସମାଜର ସଦସ୍ୟମାନେ ପ୍ରତିବର୍ଷ ପାଳନ କରିଥାନ୍ତି । ଏହି ଅବସରରେ ନୃସିଂହନାଥ ଜୋନ୍ କରଣ ସମାଜ ପକ୍ଷରୁ ଆୟୋଜିତ ପୂଜାରେ ସମାଜର ସଭାପତି ବିଶିକେଶନ ରାୟ ନେତୃତ୍ୱ ନେଇଥିଲେ । ପୂଜାକର୍ତ୍ତା ଭାବେ ପ୍ରତାପ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ଭାରତୀ ପଟ୍ଟନାୟକ ଦାୟିତ୍ୱ ତୁଳାଇଥିବା ବେଳେ ପଣ୍ଡିତ ତରଣୀସେନ ଦାସ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପୂଜା ପରେ ସଭାପତି ବିଶିକେଶନ ରାୟଙ୍କ ଅଧ୍ୟକ୍ଷତାରେ ସମାଜର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ତପନ ବହିଦାର ବିଗତ ବର୍ଷର ବିବରଣୀ ପାଠ କରିବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବୈଠକରେ ସମାଜର ସାମାଜିକ ରୀତିନୀତି, ଶିକ୍ଷା, ସ୍ୱାସ୍ଥ୍ୟ, ବିବାହ ଓ ବ୍ରତ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିସହ କରଣ ସମାଜର ଆରାଧ୍ୟ ଦେବତା ମହାରାଜ ଚିତ୍ରଗୁପ୍ତଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ସଭାରେ ପାଇକମାଲ, ବରତୁଣ୍ତା, ପୁରେନା, ପତ୍ରାଗୁଡା, ମାଣ୍ଡୋସିଲ, ସାଲେପାଲି, ବିଜାଢୋଲ, ଜାମସେଠ, ଭୁତମୁଣ୍ତା ଆଦି ସମାଜର ବହୁ ମହିଳା ଓ ପୁରୁଷ ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ଉପ ସଭାପତି ପ୍ରମୋଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।