
ବାଲେଶ୍ୱର : ବାଜ୍ୟାପ୍ତି ସ୍ଥିତିବାନ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ପଡ଼ିଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍ରେଜିଷ୍ଟ୍ରାର ମନୀଷ ମିଶ୍ର । ଜମି ଦଲିଲ ପଞ୍ଜୀକରଣ ପାଇଁ ୧୦ ହଜାର ଟଙ୍କା ଦାବି କରି ପରେ ୭ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏନେଇ ମାମଲା ରୁଜୁ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।