jayashree

ବିକାଶ କ୍ଷେତ୍ରରେ ଶିକ୍ଷା ଅପରିହାର୍ଯ୍ୟ : ଦୁଇଟି ସ୍ଥାନରେ ଗୋଦାବରୀଶ ମିଶ୍ର ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଜୟପାଟଣା, (ଶେଷଦେବ ବେହେରା) : ଗୁଣାତ୍ମକ ଶିକ୍ଷାର ବିକାଶକୁ ପ୍ରାଧାନ୍ୟ ଦେଇ ସମଗ୍ର ଓଡ଼ିଶାରେ ଆରମ୍ଭ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଜୟପାଟଣା ବ୍ଲକର ବଣ ପାହାଡ ଘେରା ଶାସ୍ତୁଗୁଡ଼ା ଓ ଅଁଳାଭଟା ଠାରେ ଦୁଇଟି ବିଦ୍ୟାଳୟ ପାଇଁ ଶିଳାନ୍ୟାସ ଉତ୍ସବ ସମ୍ପନ୍ନ ହୋଇଯାଇଛି । ଆୟୋଜିତ ସମାରୋହରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମବେତ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଆଗ୍ରହର ସହିତ ସ୍ଵାଗତ କରିଥିଲେ । ଶାସ୍ତୁଗୁଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଅଧ୍ୟକ୍ଷତା କରିଥିବା ବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମାଜିକ କର୍ମୀ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିଶାରୀ ତହସିଲଦାର ଦୀପ୍ତି ରେଖା ବାଗ, ଦକ୍ଷିଣ ଓଡିଶା ଆଦିବାସୀ ସଂଘ ସଭାପତି ଗଙ୍ଗାଧର ମାଝୀ, ସରପଞ୍ଚ କୈଳାଶ ସାହୁ, ସମିତି ସଭ୍ୟା ଜାନକୀମାଝୀ, ସମାଜ ସେବୀ ଚନ୍ଦ୍ର କିଶୋର ନାୟକ, ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡା, ଏବିଇଓ ମାଧବ ଚନ୍ଦ୍ର ପଣ୍ଡା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ ମହାରଣା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିରେନ୍ଦ୍ର ପଣ୍ଡା, ନାଏବ ସରପଞ୍ଚ ରତ୍ନା ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତା କର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । କ୍ରୀଡା ଶିକ୍ଷକ ସୁନୀଲ ଧଙ୍ଗଡା ମାଝୀ ଓ ସହ ଶିକ୍ଷୟିତ୍ରୀ ମୋନାଲିସା ଦଳପତି ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.