jayashree

ଝାରମୁଣ୍ଡା ମହାଲକ୍ଷ୍ମୀ ପୂଜା : ଜଳନ୍ଧର ମହାରାଜ ଭାବେ ବରଣ ହେଲେ ଅକ୍ଷୟ ଭୋଇ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡାରେ ଆସନ୍ତା ଡିସେମ୍ବର ୩ ରୁ ୧୦ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ମହାଲକ୍ଷ୍ମୀ ପୂଜା ଅବସରରେ ଜଳନ୍ଧର ଦରବାର ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସ୍ଥାନୀୟ, ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୂଜା ମଣ୍ଡପ ସହ ଲକ୍ଷ୍ମୀ ପୁରାଣ ତଥା ପାରାୟଣ ଅନୁଷ୍ଠିତ ହେବ । ସେହିପରି ମିନି ଷ୍ଟାଡିୟମ ପରିସର ଯାତ୍ରା ପଡିଆରେ ଜଳନ୍ଧର ଦରବାର ସମେତ ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି । ଏଥି ସହିତ ପ୍ରତ୍ୟହ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିବା ଜଣାଯାଇଛି । ଏନେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ କଳାକାର ଅକ୍ଷୟ କୁମାର ଭୋଇଙ୍କୁ ଜଳନ୍ଧର ମହାରାଜ ଭାବେ ବରଣ କରାଯାଇଛି । ଏଥିରେ ପୂଜା କମିଟି ସଭାପତି ଆନନ୍ଦ ଧରୁଆ, ସମ୍ପାଦକ ଗୋକୁଳ ମେହେର, କୋଷାଧ୍ୟକ୍ଷ ରଜନୀକାନ୍ତ ସା, ଉପସଭାପତି ସୁରେନ୍ଦ୍ର ମେହେର, ସହ ସମ୍ପାଦକ ଉମେଶ ମେହେର, ଭୋଜରାଜ ଧରୁଆ, ରୁକ୍ ଧର ପୁଟେଲ, ନିତେଇ ମଲ୍ଲିକ, ଶ୍ରୀରାମ ଧରୁଆ, ନବୀନ ଧରୁଆ, ଦେବରାଜ ଗୁରୁ, ସଦାନନ୍ଦ ମେହେର, ବିନୋଦ ପଟେଲ, ନକୁଲ ମେହେର, ରବି ବିଶି, ରାଜୁ ଦ୍ୱାରୀ, ଜିତେନ୍ ରାୟ, ଲେକ୍ରୁ କହ୍ନେର, ପୀତବାସ ମଲ୍ଲିକ , ଉଗେର ଧରୂଆ, ଜୟନ୍ତ ରଣାଙ୍କ ସମେତ ମହାଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.