
ସଇଁତଲା, (କେପିଏନ୍ଏସ୍) : ବଡ଼ମାଲ ଠାରେ ଥିବା ଗୋଳାବାରୁଦ କାରଖାନା ପରିସରରେ ଆୟୋଜିତ ହେଉଥିବା ଚତୁର୍ଥ ଏମ୍ ଆଇ ଏଲ ଫୁଟବଲ୍ ଚାମ୍ପିଅନସିପ ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ସ୍ପୋର୍ଟସ ଷ୍ଟାଡିୟମରେ ଆୟୋଜିତ ହେଇଥିବା ଫାଇନାଲ ମ୍ୟାଚରେ ଏଚଇ ପିଏଫ୍, ତ୍ରିଚି (ତିରୁଚିରାପଲ୍ଲୀ) ପ୍ରତିଦ୍ୱନ୍ଦୀ ଦଳ ବିଗତ ଦୁଇଥରର ବିଜେତା ଆମ୍ମୁନିସନ କାରଖାନା ଖଡକୀ, ପୁନେ ଦଳକୁ ଟାଇବ୍ରେକର ମାଧ୍ୟମରେ ୩-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରି ନୂତନ ଚାମ୍ପିଅନ ଭାବେ ଟାଇଟଲ ହାସଲ କରିଛି । ଫାଇନାଲ ମ୍ୟାଚ୍ ପରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉଦ୍ଯାପନୀ ଉତ୍ସବରେ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ବିଭୂତି ଭୂଷଣ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଜୟୀ ଦଳ ସହିତ ଅନ୍ୟ ବିଜେତା ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଏମ୍ଆଇଏଲ୍ ମହିଳା କଲ୍ୟାଣ ସଂସ୍ଥାର ବଡ଼ମାଲ ଶାଖାର ଅଧ୍ୟକ୍ଷା ଶ୍ରୀମତୀ ରାଜକୁମାରୀ ପଟେଲ ଓ ମାନନୀୟ ବିଧାୟକ ଟିଟିଲାଗଡ ନବୀନ ଜୈନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳିଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଏହି ଅବସରରେ କାରଖାନାର ସମସ୍ତ ଅଧିକାରୀ, ମହିଳା କଲ୍ୟାଣ ସଂସ୍ଥାର ପଦାଧିକାରୀ, ଜେସିଏମ୍ ଓ କାର୍ଯ୍ୟ ସମିତିର ସଦସ୍ୟ, ୟୁନିଅନ ଓ ଏସୋସିଏସନ ମାନଙ୍କ ପଦାଧିକାରୀ, ସହସ୍ରାଧିକ ଦର୍ଶକ ଉପସ୍ଥିତ ରହି ଫାଇନାଲ ମ୍ୟାଚ୍ ସହ ଉଦ୍ଯାପନୀ ଉତ୍ସବକୁ ଉପଭୋଗ କରିଥିଲେ । ଉଦ୍ଯାପନୀ ଉତ୍ସବ ତଥା ଚାମ୍ପିଅନସିପ ଆୟୋଜନରେ ଅଜିତ ମିଶ୍ର, ଫଣ୍ଟିଶ ପଟେଲ, ନୃପମଣି କାଲୋ, ରାମକୃଷ୍ଣ ବୋଷ, ପ୍ରକାଶ ଶର୍ମା, ମନୋଜ ଶର୍ମା, ଅଶ୍ୱିନୀ ପାଢ଼ୀ, ଶିବରାମ ସାହୁ, ବିକାଶ ରଂଜନ ସାହୁ, ମନୋଜ ପଟ୍ଟନାୟକ, ନାରାୟଣ ସ୍ୱାମୀ ନାଇଡୁ, ଆରୋ ରଂଜନ ମହାପାତ୍ର, ରଘୁନାଥ ବାରିକ, ପ୍ରେମାନନ୍ଦ ମହାନନ୍ଦ, ପ୍ରେମରାଜ ମହାନନ୍ଦ, ଶତଦଳ ବେହେରା, ଶିତିକଣ୍ଠ ପ୍ରଧାନ, ଦେବାଶିଷ ସାହୁ, ଯୋଗେଶ ମେହେର, ଶାନ୍ତନୁ ପ୍ରଧାନ, ଲାଲ୍ ଜୀ ନାଏକ, ସୌମ୍ୟ ରଂଜନ ସାହୁ, ରୋହିତ ଡାଙ୍ଗ, ମହେଶ ପ୍ରସାଦ ଖଟୁଆ, ବିଶ୍ୱମ୍ବର ତ୍ରିପାଠୀ, ବି. କେ. କେ. ସେନାପତି, ବଂଶୀଧର ଭୋଇ, ଚୂଳ ଚନ୍ଦ୍ର ବଛା, ନିମାଇଁ ପ୍ରଧାନ, ନରେନ୍ଦ୍ର କୁମାର ପ୍ରଧାନ, ବୀରେନ୍ଦ୍ର ମୁନା, ଗୁରୁ ଚରଣ ମାଝୀ, ଖୋଲାନନ୍ଦ୍ ମାଝୀ, ରାଜୀବ ଲୋଚନ ମିଶ୍ର, ରଜନୀ ନାଗ, ଧର୍ମରାଜ ମହାନନ୍ଦ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲ । ଏହି ଅବସରରେ କାରଖାନାର କ୍ରୀଡ଼ା ଅଧିକାରୀ ଅଭିନବ ଚନ୍ଦେଲ୍ ଓ କ୍ରୀଡ଼ା ସମ୍ପାଦକ ରାଜେଶ ଓରାମ ସମସ୍ତ କମିଟି ସଦସ୍ୟ ମାନଙ୍କୁ ଚାମ୍ପିଅନସିପ ଆୟୋଜନରେ ସେମାନଙ୍କ ପରିଶ୍ରମ ଓ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।