jayashree

ରାଜ୍ୟ ସରକାରମାନଙ୍କୁ ନିୟମିତ ଟିକସ ଭାଗ ବାବଦରେ ୧,୦୯,୦୧୯ କୋଟି ଟଙ୍କା ଅଗ୍ରୀମ ଆକାରରେ ଜାରି କଲେ କେନ୍ଦ୍ର ସରକାର

  • ଟିକସ ଭାଗ ବାବଦରେ ଓଡ଼ିଶାକୁ ମିଳିଲା ୪,୮୧୯ କୋଟି ଟଙ୍କା
  • ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କୁ ସେମାନଙ୍କର ବିକାଶମୂଳକ/କଲ୍ୟାଣକାରୀ ଯୋଜନା ସଂକ୍ରାନ୍ତ ଖର୍ଚ୍ଚ ନିମନ୍ତେ ପୁଞ୍ଜି ବ୍ୟୟ ଓ ଅର୍ଥ ବିନିଯୋଗକୁ ତ୍ୱରାନ୍ୱିତ କରିବା ଲାଗି ଅର୍ଥ ଯୋଗାଇ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ୫ ନଭେମ୍ବର ୨୦୨୬ରେ ରାଜ୍ୟ ସରକାରମାନଙ୍କୁ ଟିକସ ଭାଗ ବାବଦରେ ୧,୦୯,୦୧୯ କୋଟି ଟଙ୍କାର ଅର୍ଥରାଶିଅଗ୍ରୀମ ଆକାରରେ ଜାରି କରିଛନ୍ତି ।ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କୁ ସେମାନଙ୍କର ବିକାଶମୂଳକ/କଲ୍ୟାଣକାରୀ ଯୋଜନା ସଂକ୍ରାନ୍ତ ଖର୍ଚ୍ଚ ନିମନ୍ତେ ପୁଞ୍ଜି ବ୍ୟୟ ଓ ଅର୍ଥ ବିନିଯୋଗକୁ ତ୍ୱରାନ୍ୱିତ କରିବା ଲାଗି ଏହି ଅର୍ଥରାଶି ଆଗୁଆ ଯୋଗାଇ ଦିଆଯାଇଛି । ଓଡ଼ିଶାକୁ ଟିକସ ଭାଗ ବାବଦରେ ୪,୮୧୯ କୋଟି ଟଙ୍କା ମିଳିଛି ।

କ୍ରଂସଂରାଜ୍ୟଗୁଡ଼ିକର ନାମଟଙ୍କା (କୋଟିରେ)
1ଆନ୍ଧ୍ରପ୍ରଦେଶ4597
2ଅରୁଣାଚଳ ପ୍ରଦେଶ1476
3ଆସାମ3552
4ବିହାର10845
5ଛତିଶଗଡ3602
6ଗୋଆ398
7ଗୁଜରାଟ4094
8ହରିୟାଣା1484
9ହିମାଚଳ ପ୍ରଦେଶ996
10ଝାଡ଼ଖଣ୍ଡ3660
11କର୍ଣ୍ଣାଟକ4504
12କେରଳ2597
13ମଧ୍ୟପ୍ରଦେଶ8010
14ମହାରାଷ୍ଟ୍ର7022
15ମଣିପୁର682
16ମେଘାଳୟ688
17ମିଜୋରାମ615
18ନାଗାଲାଣ୍ଡ524
19ଓଡ଼ିଶା4819
20ପଞ୍ଜାବ2176
21ରାଜସ୍ଥାନ6460
22ସିକ୍କିମ୍365
23ତାମିଲନାଡୁ4466
24ତେଲଙ୍ଗାନା2370
25ତ୍ରିପୁରା699
26ଉତ୍ତରପ୍ରଦେଶ19208
27ଉତ୍ତରାଖଣ୍ଡ1244
28ପଶ୍ଚିମବଙ୍ଗ7866
Leave A Reply

Your email address will not be published.