
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ନିବାସୀ ତଥା ଅର୍ଗସ ନ୍ୟୁଜ କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସଙ୍କ ପିତୃ ବିୟୋଗରେ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ, ଗତ ଅକ୍ଟୋବର ୨୫ ତାରିଖରେ ଡମବୁଢା ହଂସ ୬୫ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ରକ୍ତଚାପ, ମଧୁମେହ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିବା ବେଳେ ବାସଭବନରେ ମୃତ୍ୟୁ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ଡମବୁଢାଙ୍କ ସ୍ତ୍ରୀ ସପୁର ହଂସ, ପୁଅ ଦେବେନ୍ଦ୍ର ହଂସ, ହୁଲେଶ୍ୱର ହଂସ, ବାଲେଶ୍ୱର ହଂସ, ଲୋକନାଥ ହଂସ, ବୋହୂ ଲଳିତା ହଂସ, ସୁରେଖା ହଂସ, ସୁମିତ୍ରା ହଂସ, ସୁନିତା ହଂସ, ନାତି ପ୍ରତ୍ୟୁଷ ହଂସ, ପୀୟୂଷ ହଂସ, କୁରୁପତି ହଂସ, ଥିୟାନ୍ସ ହଂସ, ନାତୁଣୀ ଦିବ୍ୟାଂଶି ହଂସଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ସେ ଜଣେ ମିଷ୍ଟଭାଷୀ, ସରଳ, ପରୋପକାରୀ ଓ ସ୍ନେହୀ ମଣିଷ ଥିଲେ । ତାଙ୍କ ସ୍ମୃତିଚାରଣ କରିବା ସମୟରେ କାନ୍ଦ ବୋବାଲିରେ ଫାଟି ପଡିଥିଲା ପୁରା ପରିବେଶ । ସ୍ୱର୍ଗତ ହଂସଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିବା ସହ ସେ ଜଣେ ସରଳ, ପରୋପକାରୀ ଅମାୟିକ ବ୍ୟକ୍ତି ଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବଲାଙ୍ଗିର, ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ନୂଆପଡା, କଣ୍ଟାବାଞ୍ଜି, ମୁରିବାହାଲ, ସିନ୍ଧେକେଲା ଅଞ୍ଚଳର ସାମ୍ବାଦିକ, ବିଶିଷ୍ଟ ରାଜନେତା, ଶୁଭେଚ୍ଛୁ, ବନ୍ଧୁ ବାନ୍ଧବ, ସମ୍ପର୍କୀୟ, ପରିବାର ବର୍ଗମାନେ ଉପସ୍ଥିତ ରହି ସ୍ୱର୍ଗତ ହଂସଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।