
- “ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ”
ବଲାଙ୍ଗିର, (ନିପ୍ର) : ବଲାଙ୍ଗିର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆର.ଆର କଲୋନୀ ସ୍କୁଲ ଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡିଇଓ ସୁଧାଂଶୁ ଶେଖର ମିଶ୍ର ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ‘ସମୃଦ୍ଧ ଭାଷା ଓ ସମୃଦ୍ଧ ଓଡ଼ିଶା’ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ନୀଳମଣି ପଟେଲ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବିଡ଼ିଓ ହୃଷିକେଶ ଗଣ୍ଡ, ଏବିଇଓ ସନ୍ଧ୍ୟାରାଣୀ ଧରୁଆ, ଏବିଇଓ ଅଭିରାମ ମାଝୀ, ଏବିଇଓ ଦଶରଥ ବଗର୍ତ୍ତୀ, ପ୍ରଧାନ ଶିକ୍ଷକ କିଶୋର ହନୁମାନ ମଞ୍ଚାସୀନ ଥିଲେ । ବ୍ଲକର ୧୬ଟି କ୍ଲଷ୍ଟରରୁ ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ରଚନା, ସୁନ୍ଦର ହସ୍ତାକ୍ଷର, ଚିତ୍ରାଙ୍କନ, ପ୍ରକଳ୍ପ, କୁଇଜ୍, ନୃତ୍ୟ ଓ ସଙ୍ଗୀତ ସମେତ ୩୨ଟି ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଭାଗନେଇ ନିଜର ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଏଡ଼ିଇଓ ସେବାଶ୍ରୀ ଭୋଇ ଯୋଗଦେଇ ନିଜ ବକ୍ତବ୍ୟରେ ବିଜୟ ଅପେକ୍ଷା ଅଂଶଗ୍ରହଣ ଓ ଅନୁଭୂତିର ମୂଲ୍ୟ ବହୁତ ବୋଲି କହିଥିଲେ । ବରିଷ୍ଠ ଶିକ୍ଷକ ମହାଦେବ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।