jayashree

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ୍ ବରଗଡ଼ ଜାବ୍‌ର ଦ୍ୱିବାର୍ଷିକ ନିର୍ବାଚନ ସମ୍ପନ୍ନ

  • ଅଷ୍ଟମ ଥର ପାଇଁ ସଭାପତି ହେଲେ ରବି ନାରାୟଣ ପଣ୍ଡା, ଦ୍ୱିତୀୟ ଥର ସାଧାରଣ ସମ୍ପାଦକ ହେଲେ ବଦ୍ରି ପ୍ରସାଦ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗାଇସିଲେଟ ସାମ୍ବାଦିକ ସଂଘର ଆୟୋଜନରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ୍ ବରଗଡ଼ ଜାବ୍‌ର ସାଧାରଣ ପରିଷଦ ବୈଠକ ତଥା ଦ୍ୱିବାର୍ଷିକ ନିର୍ବାଚନ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ବିଜେପୁର ବିଧାୟକ ସନତ ଗଡ଼ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓୟୁଜେ ପର୍ଯ୍ୟବେକ୍ଷକ ତଥା ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରଦୀପ୍ତ ମିଶ୍ର, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ବିଡିଓ ଲକ୍ଷ୍ମଣ ମାଝି, ବିଧାୟକ ପ୍ରତିନିଧି ଆନନ୍ଦ ମଟାରୀ, ଜାବ୍‌ର ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା ଓ ସାଧାରଣ ସମ୍ପାଦକ ବଦ୍ରି ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଜାବ୍‌ ସଭାପତି ରବି ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଜିଲ୍ଲା ୟୁନିଟର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା ହୋଇଥିଲା । ପରେ ଓୟୁଜେ ପର୍ଯ୍ୟବେକ୍ଷକ ପ୍ରଦୀପ୍ତ ମିଶ୍ରଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ହେମନ୍ତ ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ । ନିର୍ବାଚନରେ ସର୍ବସମ୍ମତିକ୍ରମେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ପଣ୍ଡା ଲଗାତାର ଅଷ୍ଟମ ଥର ପାଇଁ ସଭାପତି ଏବଂ ବଦ୍ରି ପ୍ରସାଦ ସାହୁ ଦ୍ୱିତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ପ୍ରଭୁ ଚରଣ ମହାନ୍ତି, ସତ୍ୟଜିତ୍ ପ୍ରଧାନ, ଯୁଧିଷ୍ଠିର ମହାପାତ୍ର ଓ ନୀଳକଣ୍ଠ ଦୀପ ନିର୍ବାଚିତ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ ମହାପାତ୍ର,ସରୋଜ ଷଡ଼ଙ୍ଗୀ, ଅଶ୍ୱିନୀ ପାତ୍ର ଓ ଧୀରେନ ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ବ୍ୟୋମକେଶ କର ନିର୍ବାଚିତ ହୋଇଛନ୍ତି । ଜିଲ୍ଲା ସଂଯୋଜକ ଭାବେ ରଞ୍ଜନ ଦେବତା, ସାମ୍ବାଦିକ କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ଭାବେ ହେମନ୍ତ ପ୍ରଧାନ, ଟ୍ରିବ୍ୟୁନାଲ କମିଟି ଅଧ୍ୟକ୍ଷ ଭାବେ କ୍ଷମାନିଧି ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରଞ୍ଜିତ ଦାଶ, ଅଫିସ ସମ୍ପାଦକ ଭାବେ ନରେନ୍ଦ୍ର ଦାଶ ଏବଂ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ସୁବ୍ରତ ସାହୁ ମନୋନୀତ ହୋଇଛନ୍ତି । ଏଥିସହ ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ ପାଇଁ ୧୨ ଜଣ ବ୍ଲକ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି । ବ୍ଲକ ସଂଯୋଜକଙ୍କ ହେଲେ ୧. ଅତାବିରା – କୀର୍ତ୍ତନ ବିଶ୍ୱାଳ ୨. ବିଜେପୁର – ସୁନୀଲ ମିଶ୍ର ୩. ବରଗଡ଼ – ନେପାଳ ପ୍ରଧାନ ୪. ଭଟଲି – ରାଜେଶ ମିଶ୍ର ୫. ଭେଡେନ – ମୁକୁନ୍ଦ ଷଡ଼ଙ୍ଗୀ ୬. ଅମ୍ବାଭୋନା – ପ୍ରକାଶ ରଥ ୭. ବରପାଲି – ପଦ୍ମଲୋଚନ ସାହୁ ୮. ପଦ୍ମପୁର – ସୁଦାମ ପ୍ରଧାନ ୯. ଝାରବନ୍ଧ – ଦେବେନ୍ଦ୍ର ସାହୁ ୧୦. ପାଇକମାଲ – ଧୀରେନ୍ଦ୍ର ମହାନ୍ତି ୧୧. ଗାଇସିଲେଟ – ଝସକେତନ ସାହୁ ୧୨. ସୋହେଲା – ଅଶ୍ୱିନୀ ପାତ୍ର ନବନିର୍ବାଚିତ କର୍ମକର୍ତ୍ତାମାନେ ସାମ୍ବାଦିକଙ୍କ ସ୍ୱାର୍ଥରକ୍ଷା, ସଂଗଠନର ସୁଦୃଢ଼ୀକରଣ ଓ ସାମ୍ବାଦିକ କଲ୍ୟାଣ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.