
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଚଢ଼ାଉ। ଲୋଇସିଂହା ଅବକାରୀ ଥାନା ଅନ୍ତର୍ଗତ ଆଗଲପୁର ବ୍ଲକର ଅଙ୍ଗ ନଦୀ ପୋଲ ନିକଟରେ ଚଢ଼ାଉ କରି କଫ୍ ସିରପ୍ ସହ ଜଣେ ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଗୁଡ଼ିମୁଣ୍ଡା ଗ୍ରାମର କର୍ମା ସେଠ୍। ତାଙ୍କ ନିକଟରୁ ୧ ଲିଟର ୫୦୦ ମିଲିଲିଟର କଫ୍ ସିରପ୍ ସହ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି । ଏନେଇ ଅବକାରୀ ଏସ୍ଆଇ ରାଜକୁମାର ବେହେରା ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।