
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଅନ୍ତର୍ଗତ ନୃସିଂହନାଥ ପୀଠ ସ୍ଥିତ ତୈଳିକ ସମାଜ ଧର୍ମଶାଳାରେ ବରଗଡ଼ ଜିଲ୍ଲା ତୈଳିକ ସମାଜର ଏକ ବୈଠକ ସଭାପତି ଭିକାରୀ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ରାଜକିଶୋର ସାହୁ, ବଳରାମ ସାହୁ, ସାର୍ତ୍ତିକ ସାହୁ, ବେଣୁଧର ସାହୁ, ତାରାଚାନ୍ଦ ସାହୁ, ଭୋଳାନାଥ ସାହୁ, କୈଳାସ ସାହୁ, ଡୋଲାମଣି ସାହୁ ଓ ମୁକୁନ୍ଦ ସାହୁ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଦୁଇଟି ପାରିବାରିକ ଦାମ୍ପତ୍ୟ କଳହର ଉଭୟ ପକ୍ଷଙ୍କ ସହ ଆଲୋଚନା କରାଯାଇ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା । ଏଥିସହ ଏକ ସୁସ୍ଥ ଓ ସୁସଂଗଠିତ ସମାଜ ଗଠନ ସହ ତୈଳିକ ସମାଜର ସଂଗଠନକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା । ଭକ୍ତ ପୁରନ ସାହୁ ଅତିଥି ପରିଚୟ ପ୍ରଦାନ ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜୟକୁମାର ସାହୁ, ପିତାମ୍ବର ସାହୁ, ପରମାନନ୍ଦ ସାହୁ, ହୁତାଶନ ପାଣ୍ଡେ, ଦୁର୍ଯ୍ୟୋଧନ ସାହୁ ଓ ରାଜେଶ ସାହୁ ସଭା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଯୁଧିଷ୍ଠିର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।